ବଡ଼ ବାତ୍ୟାରେ ପରିଣତ ହେବ ‘ବୁଲ୍‌ବୁଲ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 6, 2019

ବଡ଼ ବାତ୍ୟାରେ ପରିଣତ ହେବ ‘ବୁଲ୍‌ବୁଲ୍’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଭୀର ଅବପାତରେ ପରିଣତ ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ୍’ କାଳକ୍ରମେ ଏକ  ବଡ଼ ବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ,‘‘ବୁଲ୍‌ବୁଲ୍‌’୫ ଦିନ ମଧ୍ୟରେ ସ୍ଥଳଭାଗ ଛୁଇଁବନି। ଆସନ୍ତାକାଲି ସକାଳ ସୁଦ୍ଧା ଏହା ବାତ୍ୟାରେ ରୂପାନ୍ତରିତ ହେବ। ଏହା ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ, ବାଂଲାଦେଶ ଆଡ଼କୁ ମୁହାଁଉଛି। ଅତି ମନ୍ଥର ଗତିରେ ଘଣ୍ଟାକୁ ୫ରୁ ୬ କିମି ବେଗରେ ଗତି କରୁଛି।”

ମୃତ୍ୟୁଞ୍ଜୟ ମହାପାତ୍ର ଆହୁରି କହିଛନ୍ତି, “ପାରାଦୀପଠାରୁ ଏହା ୮୦୦ କି.ମି ଦୂରରେ ରହିଛି। ଏହା ଉତ୍ତର, ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।  ୮ ତାରିଖ ସନ୍ଧ୍ୟାରୁ ଉପକୂଳ ଜିଲ୍ଲାଗୁଡ଼ିକରେ ପବନର ବେଗ ୪୦ରୁ ୫୦ କି.ମି. ରହିବ। ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।”

ଏହା ପ୍ରଭାବରେ ୮ ତାରିଖ ବେଳକୁ ସମୁଦ୍ର ଅଶାନ୍ତ ରହିବ। ସେହି ସମୟରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯିବା ଉଚିତ ନୁହେଁ। ଯେଉଁମାନେ ସମୁଦ୍ରକୁ ଯାଇଛନ୍ତି, ସେମାନେ ଫେରି ଆସିବା ଦରକାର ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ କହିଛନ୍ତି।



from Odisha Reporter https://ift.tt/2POd3WV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages