ଜଣେ ଅଭିନେତ୍ରୀଙ୍କ ଭାଇଙ୍କୁ ଡେଟ୍‌ କରୁଛନ୍ତି ତାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 6, 2019

ଜଣେ ଅଭିନେତ୍ରୀଙ୍କ ଭାଇଙ୍କୁ ଡେଟ୍‌ କରୁଛନ୍ତି ତାରା

ମୁମ୍ବାଇ: କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଚ ଅଫ୍‌ ଦି ଇୟର ୨’ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ତାରା ସୁତାରିୟା। ପ୍ରଥମ ଫିଲ୍ମରୁ ହିଁ ସେ ବେଶ୍ ଚର୍ଚ୍ଚିତ ହୋଇଥିଲେ। ସେ ଫିଲ୍ମ ପାଇଁ ଯେତିକି ଚର୍ଚ୍ଚିତ ତାଙ୍କ ଲଭ୍ ଅଫେୟାରକୁ ନେଇ ମଧ୍ୟ ସେତିକି ଚର୍ଚ୍ଚିତ। ପ୍ରଥମେ ସେ ‘କୁଲ୍‌ ଦୁଦେ’ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଡେଟ୍ କରୁଥିବା କାରଣରୁ ଚର୍ଚ୍ଚାକୁ ଆସିଥିଲେ। କିନ୍ତୁ ପରେ ସିଦ୍ଧାର୍ଥଙ୍କ ସହ ତାଙ୍କର ବ୍ରେକ୍‌ଅପ ହୋଇଗଲା। ଆଉ ଏବେ ସେ ଅଭିନେତ୍ରୀ କରୀନା କପୁରଙ୍କ ଭାଇ ଆଦର ଜୈନ୍‌ଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା ହେଉଛି।

ଆଦର ହେଉଛନ୍ତି କରୀନାଙ୍କ ପିଉସୀ ରୀମା ଜୈନ୍‌ଙ୍କ ପୁଅ। କୁହାଯାଉଛି, ଆଦର ଓ ତାରା ପରସ୍ପରକୁ ଡେଟ୍‌ କରୁଛନ୍ତି। ଦୁହିଁଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମଧ୍ୟ ମିଳୁଛି। ଦୁହେଁ ପରସ୍ପର ସହ ଖୁବ୍‌ ସମୟ ବିତାଉଛନ୍ତି। ଅନ୍ୟପକ୍ଷରେ ତାରା ଖୋଲାଖୋଲି ଭାବେ ଏ କଥା ପ୍ରକାଶ କରି ନାହାନ୍ତି। ଅବଶ୍ୟ ଆଦର ତାଙ୍କ ପାଇଁ ବହୁତ ସ୍ପେଶାଲ୍ ବୋଲି କହିଛନ୍ତି। ତା’ ସହିତ ସେ କହିଛନ୍ତି ଯେ ସେମାନେ ଦୁହେଁ ଏକାଠି ସମୟ ବିତାନ୍ତି। ଡିନର୍ ଓ ଲଞ୍ଚ୍‌ରେ ଯା’ନ୍ତି। ତା’ସହିତ ବିଭିନ୍ନ ଜାଗାକୁ ଏକାଠି ବୁଲିବାକୁ ମଧ୍ୟ ଯା’ନ୍ତି।

ତାରାଙ୍କର ଏଭଳି ବୟାନରୁ ଜଣାପଡ଼ୁଛି ଯେ ଚର୍ଚ୍ଚା ହେଉଥିବା ଖବରରେ ବହୁତ କିଛି ସତ୍ୟତା ରହିଛି। ବୋଧହୁଏ ସେମାନେ ନିଜ ସମ୍ପର୍କକୁ ଆହୁରି ଦୃଢ଼ କରିବା ପାଇଁ ଆହୁରି କିଛି ସମୟ ପରସ୍ପର ସହିତ ବିତାଇବାକୁ ଓ ପରସ୍ପରକୁ ବୁଝିବାକୁ ଚେଷ୍ଟା କରୁଛନ୍ତି।

ସୂଚନା ଅନୁଯାୟୀ, ତାରା ଓ ଆଦର୍‌ଙ୍କ ମଧ୍ୟରେ ପ୍ରଥମ ଦେଖା ଜଣେ କମନ୍‌ ଫ୍ରେଣ୍ଡଙ୍କ ପାର୍ଟିରେ ହୋଇଥିଲା। ସେଠି ତାରା ପ୍ରଥମେ ଆଦର୍‌ଙ୍କୁ ବନ୍ଧୁତାର ହାତ ବଢ଼ାଇଥିଲେ। ଏହା ପରଠୁ ଦୁହିଁଙ୍କ ମଧ୍ୟରେ ଆଫେୟାର ଆରମ୍ଭ ହୋଇଯାଇଛି ବୋଲି କୁହାଯାଉଛି। ନିକଟରେ ଦୁହେଁ ଅମିତାଭ ବଚ୍ଚନଙ୍କ ଘରେ ହୋଇଥିବା ଦୀପାବଳି ପାର୍ଟିରେ ଏକାଠି ପହଞ୍ଚିଥିଲେ।

ସୂଚନାଯୋଗ୍ୟ, ତାରା ପ୍ରଥମେ ଡିଜ୍‌ନିର ଶୋ’ ‘ସ୍ୱିଟ୍ ଲାଇଫ୍ ଅଫ୍ କରଣ ଆଣ୍ଡ କବୀର୍’ରୁ ଆକ୍ଟିଂ ଡେବ୍ୟୁ କରିଥିଲେ। ଏହାପରେ କରଣ ତାଙ୍କୁ ନିଜ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି  ଇୟର ୨’ରେ ଲିଡ୍‌ ରୋଲ୍‌ର ସୁଯୋଗ ଦେଇଥିଲେ। ଖୁବ୍‌ଶୀଘ୍ର ସେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଫିଲ୍ମ ‘ମରଜାୱାଁ’ରେ ନଜର ଆସିବେ।



from Odisha Reporter https://ift.tt/2rg0VUh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages