ନୂଆଦିଲ୍ଲୀ: ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର? ଏ ନେଇ ଜାରି ରହିଥିବା ଅସ୍ପଷ୍ଟ ଚିତ୍ର ସ୍ପଷ୍ଟ ହେବା ଆରମ୍ଭ କରିଛି। ରାଜ୍ୟରେ ଦୁଇ ସହଯୋଗୀ ବିଜେପି-ଶିବସେନା ମିଶି ସରକାର ଗଢ଼ନ୍ତୁ ବୋଲି ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ଆଜି କହିଛନ୍ତି। ମହାରାଷ୍ଟ୍ରବାସୀ ତାଙ୍କୁ ବିରୋଧୀ ଆସନରେ ବସିବାକୁ ସୁଯୋଗ ଦେଇଛନ୍ତି, ତେଣୁ ସେ ବିରୋଧୀ ଆସନରେ ବସିବେ ବୋଲି କହିଛନ୍ତି।
ଗତକାଲି ଶିବସେନା ବିଜେପି ସହ ବିବାଦର ସମାଧାନ ପାଇଁ ଆରଏସଏଏସ ପ୍ରମୁଖ ମୋହନ ଭାଗବତଙ୍କୁ ଚିଠି ଲେଖିଥିଲା। ଏହାପରେ ଆଜି ସକାଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ମୋହନ ଭାଗବତଙ୍କୁ ଭେଟିଥିଲେ। ସନ୍ଧ୍ୟାରେ ବିଜେପିର ଏକି ଟିମ୍ ଉଦ୍ଧବ ଠାକରେଙ୍କୁ ଚାଙ୍କ ବାସଭବନରେ ଆଜି ଭେଟି ଆପୋଷ ସମାଧାନ ପାଇଁ ପ୍ରୟାସ କରିବେ ବୋଲି ଜଣାପଡ଼ିଛି।
ଏହାରି ଭିତରେ ଆଜି ଶିବସେନା ପୂର୍ବପରି ତାର ଖବରକାଗଜ ‘ସାମ୍ନା’ରେ ବିଜେପିକୁ ତାଚ୍ଛଲ୍ୟ କରିଛି। ସେହିପରି ଏହି ଖବରକାଗଜର କାର୍ଯ୍ୟକାରୀ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଆଜି ସକାଳେ ପୁଣି ଥରେ ଶରଦ ପାଓ୍ୱାରଙ୍କୁ ଭେଟିବାକୁ ଯାଇଥିଲେ। ଯାହାକୁ ନେଇ ପୁଣି ଥରେ ଶିବସେନା ଏନସିପି-କଂଗ୍ରେସ ମେଣ୍ଟ ପ୍ରତି ଢ଼ଳୁଥିବା ଚର୍ଚ୍ଚା ହେଉଥିଲା। ଶରଦ ପାଓ୍ୱାରଙ୍କୁ ମୁଖ୍ୟମନ୍ତ୍ରୀ କରାଇ ଶିବସେନା ସରକାର ଗଢ଼ିବାକୁ ପ୍ରୟାସ କରୁଛି ବୋଲି ଚର୍ଚ୍ଚା ହେଉଥିଲା। ଏହାପରେ ଶରଦ ପାଓ୍ୱାର ଆସି ନିଜେ ଗଣମାଧ୍ୟମ ଆଗରେ ସ୍ପଷ୍ଚ କରିଛନ୍ତି, ତାଙ୍କ ଦଳ ବିରୋଧୀ ଆସନରେ ବସିବ। ବିଜେପି-ଶିବସେନା ଦୀର୍ଘ ୨୫ ବର୍ଷର ସହଯୋଗୀ ସେମାନେ ମେଣ୍ଟ କରି ସରକାର ଗଢ଼ିବା ଦରକାର ବୋଲି ମହାରାଷ୍ଟ୍ର ଏହି ବରିଷ୍ଠ ନେତା କହିଥିଲେ।
ଚଳିତ ବିଧାନସଭାର କଣ୍ଟ ୮ ତାରିଖରେ ଶେଷ ହେଉଛି ଏହା ପୂର୍ବରୁ ଦୁଇ ଦଳ ସରକାର ଗଢ଼ିବେ ବୋଲି ଶରଦ ଆଶା ରଖିଛନ୍ତି।
from Odisha Reporter https://ift.tt/2WOLCxE
No comments:
Post a Comment