ଶପଥ ନେଲେ ଦେଶର ୪୭ତମ ପ୍ରଧାନ ବିଚାରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 17, 2019

ଶପଥ ନେଲେ ଦେଶର ୪୭ତମ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଜଷ୍ଚିସ ଶରଦ ଅରବିନ୍ଦ ବୋବଡେ ଦେଶର ୪୭ତମ ପ୍ରଧାନ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଗତକାଲି ଜଷ୍ଟିସ ରଞ୍ଜନ ଗୋଗୋଇ ପ୍ରଧାନ ବିଚାରପତି ଅବସର ଗ୍ରହଣ କରିଥିଲେ। ଏହା ପୂର୍ବରୁ ଜଷ୍ଟିସ ବୋବଡେଙ୍କ ନାମ ପ୍ରଧାନ ବିଚାରପତି ଭାବରେ ସୁପାରିଶ କରିଥିଲେ।

ପ୍ରଧାନ ବିଚାରପତଚି ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ

ଜଷ୍ଟିସ ବୋବଡୋ ମୋଟ ୧୮ ମାସ ପାଇଁ ପ୍ରଧାନ ବିଚାରପତି ପଦବୀରେ ରହିବେ। ୨୩ ଏପ୍ରିଲ୍‌ ୨୦୨୧ରେ ସେ ଅବସର ଗ୍ରହଣ କରିବେ। ନିକଟରେ ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାର ରାୟ ଶୁଣାଇଥିଲେ। ଏହି ରାୟ ଶୁଣାଇବାରେ ଜଷ୍ଟିସ ବୋବଡେଙ୍କର ମଧ୍ୟ ଭୂମିକା ଥିଲା।

ଗତକାଲି ଅଯୋଧ୍ୟା ମାମଲାର ପୁନର୍ବିଚାର ପାଇଁ ମୁସଲିମ୍ ପକ୍ଷ ଆବେଦନ କରିଛନ୍ତି। ଏଥିସହ ସାବରିମାଳା ବିବାଦର ସମାଧାନ ବାବଦରେ ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ ବୋବୋଡେ  ଆଗାମୀ ଦିନରେ ରାୟ ଶୁଣାଇବେ।

ଜଷ୍ଟିସ ବୋବଡେ ୧୯୭୮ରେ ବାର୍‌ କାଉନସିଲରେ ଯୋଗଦେଇଥିଲେ। ୨୦୦୦ ମସିହାରେ ସେ ମୁମ୍ବାଇ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ପ୍ରଥମେ ନିଯୁକ୍ତ ହୋଇଥିଲେ। ୨୦୧୨ରେ ସେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ଏହାପରେ ୧୨ ଏପ୍ରିଲ ୨୦୧୩ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ। ୨୪ ଏପ୍ରିଲ, ୧୯୫୬ ଜଷ୍ଟିସ୍ ବୋବଡେ ନାଗପୁରରେ ସେ ଜନ୍ମ ଗ୍ରହଣ କରିଥିଲେ।



from Odisha Reporter https://ift.tt/37hiio6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages