ମାଲକାନଗିରି(ଜିତେନ୍ଦ୍ର ବେଉରା): ରାସ୍ତା ଖରାପ ଯୋଗୁ ଗାଁକୁ ଆସି ପାରିଲା ନାହିଁ ଆମ୍ୱୁଲାନ୍ସ। ୪ କିଲୋମିଟର ଷ୍ଟ୍ରେଚରରେ ବୁହା ହେଲେ ପ୍ରସୂତି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ କାନ୍ଦୁଗୁଡ଼ା ଗାଁରେ।
ଗତକାଲି ବିଳମ୍ୱିତ ରାତିରେ ଗାଁର ରାମେ ମାଢ଼ିଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। ତେବେ ତାଙ୍କୁ ଡାକ୍ତରଖାନା ନେବା ପାଇ ତାଙ୍କ ପରିବାର ଲୋକେ ୧୦୮ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଗାଁର ରାସ୍ତା ଖରାପ ଥିବାରୁ ଆମ୍ୱୁଲାନ୍ସ ଗାଁକୁ ଆସି ପାରି ନଥିଲା। ଯାହାଫଳରେ ଆମ୍ୱୁଲାନ୍ସ କମାରଗୁଡ଼ାରେ ହିଁ ଅଟକି ରହିଥିଲା। ଏହାପରେ ପ୍ରସୂତିଙ୍କୁ ତାଙ୍କ ପରିବାର ଲୋକେ, ଆମ୍ୱୁଲାନ୍ସ କର୍ମଚାରୀ ଓ ଆଶାକର୍ମୀମାନେ ୪ କିଲୋମିଟର ଷ୍ଟ୍ରେଚରରେ ବୋହି ଆମ୍ୱୁଲାନ୍ସ ପାଖକୁ ନେଇଥିଲେ। ପ୍ରସୂତିଙ୍କୁ କାଲିମେଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
from Odisha Reporter https://ift.tt/2CUxcD6
No comments:
Post a Comment