ନୂଆଦିଲ୍ଲୀ: ଘର ସେତେବେଳେ ସୁନ୍ଦର ଲାଗେ ଯେତେବେଳେ ତାକୁ ସୁନ୍ଦର ଭାବେ ସଜାଯାଏ। ଘରକୁ ସଜାଇବା ପାଇଁ ଲୋକଙ୍କୁ ଚିନ୍ତା ଲାଗିରହେ। କେମିତି ଭାବେ ଘରକୁ ସଜାଇଲେ ଏକଦମ୍ ଆକର୍ଷଣୀୟ ଲାଗିବ ସେଥିପାଇଁ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଏ। ତେବେ ଆଜି ଆମେ ଏମିତି କିଛି ଟିପ୍ସ ଦେବୁ ଯାହା ଆପଣଙ୍କ ଘରକୁ ଏକ ଭିନ୍ନ ଲୁକ୍ ଦେବ।
ଘରେ ଆପଣ ଟ୍ରି ପଟ୍ ରଖି ପାରିବେ। ଆଜିକାଲି କିଛି ଲୋକ ବେଡ୍ରୁମ୍ରେ ମଧ୍ୟ ଟ୍ରି ପଟ୍ ରଖୁଛନ୍ତି। ଘରର ଆକାର ଦେଖି ଘରେ ଟ୍ରି-ପଟ୍ ରଖାଯାଉଛି, ଯାହା ଘରକୁ ଏକ ଭିନ୍ନ ଲୁକ୍ ଦେଉଛି।
ଆପଣ ଟ୍ରି ପଟ୍କୁ ଘରର ଯେକୌଣସି ସ୍ଥାନରେ ରଖି ପାରିବେ। କାରଣ ଏହା ଆପଣଙ୍କ ଘରକୁ ଏକ ନ୍ୟାଚୁରାଲ୍ ଲୁକ୍ ଦେବ।
ଏଥିସହ ସ୍ଥାନର ଅଭାବ ପାଇଁ ଯେଉଁମାନେ ଗଛ ଲଗାଇପାରୁ ନାହାନ୍ତି, ସେମାନେ ଘର ଭିତରେ ଏହି ଟ୍ରି ପଟ୍କୁ ସାମିଲ୍ କରିପାରିବେ।
ଟ୍ରି ପଟ୍କୁ ଆପଣ ବଜାରରୁ କିମ୍ବା ଅନ୍ଲାଇନ୍ରୁ ମଗେଇ ପାରିବେ।
from Odisha Reporter https://ift.tt/2Kvw1y5
No comments:
Post a Comment