କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ଢୋଲପଶି ନିକଟରେ ଏକ ବାଇକ୍ କଲଭର୍ଟରେ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ କଂସରଗୋଡ଼ା ଗାଁର ଦୁଃଖବନ୍ଧୁ ଟୁଡ଼ୁ। ଆହତ ସୁନାରାମ ହାଂସଦାଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଘର ବାରୁଆଁ ଗାଁରେ।
ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଉଭୟେ ଏକ ବାଇକ୍ ଯୋଗେ କାମାକ୍ଷାନଗରରୁ ୨୫ କିମି ଦୂରରେ ଥିବା ଟାଟା ମାଇନ୍ସରୁ ବନ୍ଦାଣିଆ ଗାଁକୁ ଯାଉଥିଲା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ସୁନାରାମଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ଦୁଃଖବନ୍ଧୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। କଙ୍କଡାହାଡ଼ ପୁଲିସ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2rhjQOK
No comments:
Post a Comment