୧୨ ବର୍ଷ ପରେ ରାଣୀ ଓ ସୈଫ୍‌ଙ୍କ ରୋମାନ୍ସ ଦେଖିବେ ଦର୍ଶକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 25, 2019

୧୨ ବର୍ଷ ପରେ ରାଣୀ ଓ ସୈଫ୍‌ଙ୍କ ରୋମାନ୍ସ ଦେଖିବେ ଦର୍ଶକ

ମୁମ୍ବାଇ: ଅନେକ ଦିନ ହେଲାଣି ଫିଲ୍ମ ‘ବଣ୍ଟି ଔର୍ ବବ୍‌ଲି’ର ସିକ୍ୱେଲ୍‌ ତିଆରି ହେବା ନେଇ ଚର୍ଚ୍ଚା ହେଉଛି। ଏହି ଫିଲ୍ମର ଲିଡ୍‌ ରୋଲ୍‌ରେ ରାନୀ ମୁଖାର୍ଜୀ ଓ ଅଭିଷେକ ବଚ୍ଚନ ନଜର ଆସିଥିଲେ। ଫିଲ୍ମଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ରାଣୀ ଓ ଅଭିଷେକଙ୍କ କେମେଷ୍ଟ୍ରିକୁ ଦର୍ଶକ ଖୁବ୍‌ ପସନ୍ଦ ମଧ୍ୟ କରିଥିଲେ।  କିନ୍ତୁ ଏବେ ଏହାର ନୂଆ ସଂସ୍କରଣରେ ଷ୍ଟାରକାଷ୍ଟରେ କିଛିଟା ପରିବର୍ତ୍ତନ ହୋଇଯାଇଛି।

ସୂଚନା ଅନୁୟାୟୀ, ଫିଲ୍ମରେ ଆଉ ପୁରୁଣା ଯୋଡ଼ି ଦେଖିବାକୁ ମିଳିବ ନାହିଁ। କାରଣ ଲିଡ୍‌ ହିରୋଇନ୍‌ ଭୂମିକାରେ ରାଣୀ ମୁଖାର୍ଜୀ  ତ ଅଭିନୟ କରିବେ । କିନ୍ତୁ ଏହାର ଲିଡ୍‌ ହିରୋ ଭୂମିକାରେ ଅଭିଷେକ ନଜର ଆସିବେ ନାହିଁ। ପୂର୍ବରୁ ଖବର ଆସିଥିଲା ଯେ ଫିଲ୍ମ ପାଇଁ ନିର୍ମାତା ଅଭିଷେକଙ୍କୁ ଆପ୍ରେଚ୍ କରିଥିଲେ। କିନ୍ତୁ ତାଙ୍କୁ ଫିଲ୍ମର କାହାଣୀ ପସନ୍ଦ ଆସି ନଥିବାରୁ ସେ ଏହାକୁ କରିବାକୁ ମନା କରିଦେଇଥିଲେ।

ଏହାପରେ ଛୋଟେ ନୱାବ୍ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ନାଁ ମଧ୍ୟ ଆସିଥିଲା। ତା ଙ୍କୁ ଫିଲ୍ମର କାହାଣୀ ବି ପସନ୍ଦ ଆସିଥିଲା। କିନ୍ତୁ ସେ ପରେ ଏଥିପାଇଁ ମନା କରିଦେଇଥିଲେ। କାରଣ ସେ ଫିଲ୍ମରେ ସେକେଣ୍ଡ ଲିଡ୍‌ କରିବାକୁ ଚାହୁଁନଥିଲେ।

ତେବେ ବର୍ତ୍ତମାନ ଖବର ଆସିଛି ଯେ ସୈଫ୍‌ ଫିଲ୍ମ କରିବାକୁ ରାଜି ହୋଇଯାଇଛନ୍ତି। କିନ୍ତୁ ସେକେଣ୍ଡ ଲିଡ୍‌ ପାଇଁ ନୁହେଁ, ସେ ଫିଲ୍ମରେ ଅଭିଷେକଙ୍କ ସ୍ଥାନରେ ନଜର ଆସିବେ। ଫିଲ୍ମରେ ଏବେ ରାଣୀ ମୁଖାର୍ଜୀ ଓ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଯୋଡ଼ି ଦେଖିବାକୁ ପାଇବେ ଦର୍ଶକ। ପାଖାପାଖି ୧୨ ବର୍ଷ ପରେ ସୈଫ୍‌ ଓ ରାନୀଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ। ଶେଷଥର ପାଇଁ ଏମାନଙ୍କୁ ୨୦୦୮ରେ ଫିଲ୍ମ ‘ଥୋଡ଼ା ପ୍ୟାର୍ ଥୋଡ଼ା ମ୍ୟାଜିକ୍‌’ରେ ଦେଖିବାକୁ ମିଳିଥିଲା। ଏହାବ୍ୟତୀତ ଏମାନେ ଏକାଠି ‘ହମ୍‌ ତୁମ୍‌’, ‘ତାରା ରମ୍ ପମ୍’, ‘ପରି ଫିଲ୍ମରେ ନଜର ଆସିଥିଲେ।

ସୂଚନା ଅନୁଯାୟୀ, ଆସନ୍ତା ସପ୍ତାହରୁ ‘ବଣ୍ଟି ଔର୍ ବବ୍‌ଲି ୨’ର ଶୁଟିଂ ଆରମ୍ଭ ହେବ। ଫିଲ୍ମର ଅଧିକାଂଶ ଶୁଟିଂ ବନାରସ୍‌ ଓ ବୁଲନ୍ଦଶହର୍‌ରେ ହେବ। ଏମାନଙ୍କ ବ୍ୟତୀତ ଫିଲ୍ମରେ ‘ଗଲି ବୟ’ ଫେମ୍‌ ସିଦ୍ଧାନ୍ତ ଚତୁର୍ବେଦୀମଧ୍ୟ ନଜର ଆସିବେ ଓ ତାଙ୍କ ସହ ଶାରବରି ସିଂହ ନଜର ଆସିବେ। ୟଶରାଜ୍‌ ବ୍ୟାନର୍‌ ଓ ନିର୍ମାତାଙ୍କ ଅନୁଯାୟୀ ସେମାନେ ଫିଲ୍ମରେ ପୁରୁଣା ଚେହେରା ସହ କିଛି ନୂଆ ଚେହେରାକୁ ମଧ୍ୟ ଯୋଡ଼ିବାକୁ ଚାହୁଁଛନ୍ତି। ଶାରବରିଙ୍କର ଏହା ଡେବ୍ୟୁ ଫିଲ୍ମ ହେବ। ଫିଲ୍ମର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ଦେବେ ବରୁଣ ଶର୍ମା। ଫିଲ୍ମଟି ୨୦୨୦ରେ ପରଦାକୁ ଆସିବ।



from Odisha Reporter https://ift.tt/2XKDZZs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages