ସୀମା ଲଙ୍ଘିଲା ପାକିସ୍ତାନ, ଭାରତୀୟ ସେନା ଓ ଜନବସତିକୁ ଟାର୍ଗେଟ କରି ଗୁଳି ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 25, 2019

ସୀମା ଲଙ୍ଘିଲା ପାକିସ୍ତାନ, ଭାରତୀୟ ସେନା ଓ ଜନବସତିକୁ ଟାର୍ଗେଟ କରି ଗୁଳି ମାଡ଼

ଜମ୍ମୁ: କିଛିଦିନର ନୀରବତା ପରେ ପାକିସ୍ତାନ ସେନା ପୁଣିଥରେ ସୀମା ଲଙ୍ଘିଛନ୍ତି। ଆଜି ଭୋରରୁ ପାକିସ୍ତାନ ପକ୍ଷରୁ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଥିବା ଭାରତୀୟ ସେନାର ଆଗୁଆ ଘାଟି ଓ ସୀମାନ୍ତ ଗାଁ ଗୁଡ଼ିକୁ ଟାର୍ଗେଟ କରାଯାଇଛି। ପାକିସ୍ତାନ ସେନାର ଘନଘନ ମୋର୍ଟାର ମାଡ଼ ଯୋଗୁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।

ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ସେନା ପକ୍ଷରୁ ପ୍ରଥମେ ଜମ୍ମୁ ଜିଲ୍ଲା ଅନ୍ତର୍ଗତ ଅଖନୁର ସେକ୍ଟର ନିକଟରେ ମୋର୍ଟାର ମାଡ଼ କରାଯାଇଥିଲା। ଭୋର ୪ଟାରୁ ଆରମ୍ଭ ହୋଇଥିବା ଏହି ଅସ୍ତ୍ରବିରତି ଉଲ୍ଲଙ୍ଘନ ଦିନ ୧୦ଟା ଯାଏ ଜାରି ରହିଥିଲା। ଭାରତୀୟ ସେନା ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ସ୍ୱୟଂ ଚାଳିତ ବନ୍ଧୁକ ଓ ମୋର୍ଟାର ଦ୍ୱାରା ଭାରତୀୟ ଆଉଟ ପୋଷ୍ଟକୁ ଟାର୍ଗେଟ କରାଯାଇଥିଲା।

ପୁଞ୍ଚ ଜିଲ୍ଲାର କେରନି ଓ କ୍ୟୁସାନା ସେକ୍ଟରରେ ଥିବା ସୀମାବର୍ତ୍ତୀ ଗାଁ ଗୁଡ଼ିକ ଉପରେ ପାକିସ୍ତାନ ପକ୍ଷରୁ ଆକ୍ରମଣ କରାଯାଇଥିଲା। ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନ ଏଭଳି ଗୁଳିମାଡ଼ କରିଥିବା ସେନା ପକ୍ଷରୁ କୁହାଯାଇଛି। ତେବେ ପାକିସ୍ତାନର ସବୁ ଉଦ୍ୟମକୁ ଭାରତୀୟ ସେନା ପଣ୍ଡ କରି ଦେଇଛନ୍ତି। ପାକିସ୍ତାନ ସେନା ପକ୍ଷରୁ ରଜୌରୀ ଠାରେ ମଧ୍ୟ ମୋର୍ଟାର ମାଡ଼ କରାଯାଇଥିଲା। ପାକିସ୍ତାନ ପକ୍ଷରୁ ମାଡ଼ ହୋଇଥିବା କିଛି ଜୀବନ୍ତ ମୋର୍ଟାରକୁ ମଧ୍ୟ ଭାରତୀୟ ସେନା ଠାବ କରି ଅକାମୀ କରିଦେଇଛନ୍ତି।

ଅନ୍ୟପକ୍ଷରେ ସୋପିଆନ୍‌ରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।



from Odisha Reporter https://ift.tt/2qJNLPq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages