ରାସ୍ତା ପାଇଁ ରାସ୍ତାରୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 25, 2019

ରାସ୍ତା ପାଇଁ ରାସ୍ତାରୋକ

ଧର୍ମଗଡ଼(ଇଙ୍ଗିତ ପଣ୍ଡା):କଳାହାଣ୍ଡି ଜିଲ୍ଲାର କଲମପୁର ସିଙ୍ଗାରିଘାଟି ରାସ୍ତା ନିର୍ମାଣରେ ବିଳମ୍ୱ ଯୋଗୁ ସ୍ଥାନୀୟ ଲୋକେ ଆଜି ଗୁମାବାହାଲ ନିକଟରେ ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି।

ସୂଚନାଯୋଗ୍ୟ, ବର୍ଷ ବର୍ଷ ଧରି  ସିଙ୍ଗାରିଘାଟି ରାସ୍ତା କାମକୁ ଠିକାଦାର  ଅଧପନ୍ତରିଆ ଭାବେ ପକେଇ ରଖିଛି। ଫଳରେ ଥୁଆମୂଳ-ରାମପୁର ଏବଂ କାଶୀପୁରକୁ ସଂଯୋଗ କରୁଥିବା ଏହି ରାସ୍ତା ବ୍ୟବହାର ଉପଯୋଗୀ ନୁହେଁ। ରାସ୍ତାରେ ବଡ଼ ବଡ଼ ମେଟାଲ ଉଠିବା ସହିତ ଧୂଳି ଧୂଆଁରେ ସ୍ଥାନୀୟ ଲୋକେ ଅତିଷ୍ଠ  ହୋଇ ପଡ଼ିଲେଣି। ଏନେଇ ଲୋକେ ପିଡବ୍ଲ୍ୟୁଡି ବିଭାଗକୁ ବାରମ୍ୱାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ସକାଳେ ରାସ୍ତା କାମ ତୁରନ୍ତ ଆରମ୍ଭ କରିବା ଦାବିରେ ରାସ୍ତାରୋକ କରାଯାଇଛି। ଘଟଣାସ୍ଥଳରେ କଲମପୁର ବିଡିଓ ଓ ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।



from Odisha Reporter https://ift.tt/2XL97be

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages