ଅବସର ପରେ ଜଷ୍ଟିସ ଗୋଗୋଇଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 15, 2019

ଅବସର ପରେ ଜଷ୍ଟିସ ଗୋଗୋଇଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା

ନୂଆଦିଲ୍ଲୀ: ଆସନ୍ତାକାଲି ଅବସର ଗ୍ରହଣ କରିବେ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। ଅବସର ପରେ ସେ ଆସାମରେ ରହିବେ ବୋଲି ଜଣାପଡ଼ିଛି। ଏହି ସମୟରେ ତାଙ୍କୁ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯିବ। ଗତ ୯ ତାରିଖରେ ଦେଶର ଦୀର୍ଘ ବର୍ଷ ତଳର ପୁରୁଣା ମାମଲା ଅଯୋଧ୍ୟା ପ୍ରସଙ୍ଗରେ ଚୂଡାନ୍ତ ରାୟ ଦେବାରେ ସଫଳ ହୋଇଥିଲେ ଜଷ୍ଟିସ ଗୋଗୋଇ।

ଜଷ୍ଟିସ ଗୋଗୋଇ ଚୂଡ଼ାନ୍ତ ରାୟ ଶୁଣାଇବା ପୂର୍ବରୁ ଏହି ମାମଲା ସହ ଜଡ଼ିତ ଥିବା ଅନ୍ୟ ୪ ବିଚାରପତିଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢ଼ାଇ ଦିଆଯାଇଥିଲା। ଆସାମ ପୁଲିସ ଜଷ୍ଟିସ ଗୋଗୋଇଙ୍କ ଦିବ୍ରୁଗଡ଼ ସ୍ଥିତ ପୈତୃକ ବାସଭବନ ଏବଂ ଗୁଆହାଟୀରେ ଥିବା ଦ୍ୱିତୀୟ ଘରର ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେଇଛି।

ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ଜଷ୍ଚିସ ଗୋଗୋଇଙ୍କ ସୁରକ୍ଷା ଜେଡ଼ ପ୍ଲସ କରିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ରହିଛି। ଜଷ୍ଟିସ ଗୋଗୋଇ ଅବସର ପରେ ଗୁଆହାଟୀରେ ରହିବାକୁ ଯାଉଛନ୍ତି। ତେଣୁ ତାଙ୍କର ସୁରକ୍ଷା ବ୍ୟବସ୍ଥା ଏବେ କଡ଼ାକଡ଼ି କରାଯାଉଛି। ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏହି ଜେଡ ପ୍ଲସ ଶ୍ରେଣୀ ସୁରକ୍ଷା ବଳୟରେ ରୁହନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ଜଷ୍ଟିସ ଗୋଗୋଇ ଗୁଆହାଟୀ ଆସି କାମାକ୍ଷା ଶକ୍ତିପୀଠ ଦର୍ଶନ କରିବାକୁ ଯାଇଥିଲେ। ହେଲେ ତାଙ୍କ ସୁରକ୍ଷାରେ ଅବହେଳା କାରଣରୁ ଡିସିପି ଭମ୍ୱର ଲାଲ ମୀଣାଙ୍କୁ ନିଲମ୍ୱିତ କରାଯାଇଥିଲା।



from Odisha Reporter https://ift.tt/2XjJn5w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages