ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ଡକ୍ୟୁମେଣ୍ଟରେ ଗାନ୍ଧିଙ୍କ ମୃତ୍ୟୁ ସମ୍ପର୍କରେ ଭୁଲ୍ ତଥ୍ୟ ଉଲ୍ଲେଖ ଥିବା ପ୍ରସଙ୍ଗରେ ଆଜି ଗୃହରେ ବିବୃତି ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେ କହିଛନ୍ତି,“ ପୁସ୍ତକରେ ହୋଇଥିବା ତ୍ରୁଟି ଅନିଚ୍ଛାକୃତ। ଘଟଣାକୁ ପରିବର୍ତ୍ତନ କରି ଦର୍ଶାଇବା ଉଦ୍ଦେଶ୍ୟ ନ ଥିଲା। ପୁନଃମୁଦ୍ରଣ କରାଯାଇ ପୁଣି ଥରେ ଲିଫ୍ଲେଟ୍ ବଣ୍ଟାଯିବ।”
ଗାନ୍ଧିଜୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ‘ଆମ ବାପୁଜୀ ଏକ ଝଲକ’ ନାଁରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ପ୍ରଚାର ପତ୍ର ପ୍ରକାଶ ପାଇଥିଲା। ଏହି ପ୍ରଚାର ପତ୍ରରେ ଥିରେ ଗାନ୍ଧିଜୀଙ୍କ ହତ୍ୟାକୁ ନେଇ ବିଭ୍ରାନ୍ତିକର ତଥ୍ୟ ରହିଥିଲା।
ଏଥିରେ ଲେଖା ହୋଇଛି ଯେ, ୩୦ ଜାନୁଆରୀ ୧୯୪୮ରେ ଏକ ଆକସ୍ମିକ ଘଟଣା କ୍ରମେ ଗାନ୍ଧିଜୀଙ୍କ ଦେହାବସାନ ହୋଇଥିଲା। ଏହି କଥାକୁ ଦୃଢ଼ ବିରୋଧ କରାଯାଇଥିଲା। ଏହାସହ ଗୃହରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା।
from Odisha Reporter https://ift.tt/2Kt5Dom
No comments:
Post a Comment