ଶିକ୍ଷୟିତ୍ରୀଙ୍କୁ ଘାରିଛି ଟିକ୍‌ଟକ୍‌ ନିଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 15, 2019

ଶିକ୍ଷୟିତ୍ରୀଙ୍କୁ ଘାରିଛି ଟିକ୍‌ଟକ୍‌ ନିଶା

ପଟ୍ଟାମୁଣ୍ଡାଇ(ପ୍ରବିର କୁମାର ନାୟକ): କ୍ଲାସ୍‌ରେ ସୁଶିକ୍ଷା ବଦଳରେ ଦିଆଚାଲିଛି କୁଶିକ୍ଷା।  ପାଠ ବଦଳରେ ଦେଖାଚାଲିଛି ଟିକ୍‌ଟକ୍‌ ଭିଡିଓ। କ୍ଲାସ୍‌ ଟାଇମ୍‌ରେ   ମୋବାଇଲ୍‌ରେ ଭଳିକି ଭଳି ଗେମ୍‌ ମଧ୍ୟ ଦେଖାଚାଲିଛି। ଆଉ ଏ ସବୁ ପିଲାମାନଙ୍କୁ ଦେଖାଉଛନ୍ତି କ୍ଲାସ୍‌କୁ ପଢ଼ାଇବାକୁ ଆସୁଥିବା ଶିକ୍ଷୟିତ୍ରୀ। ଏନେଇ ଆଜି ଅଭିଭାବକ ଓ ଛାତ୍ରଛାତ୍ରୀ ଅଭିଯୋଗ ଆଣି ତୁରନ୍ତ ଉକ୍ତ ଶିକ୍ଷୟିତ୍ରୀଙ୍କୁ ଅନତ୍ର ବଦଳି କରିବାକୁ ଦାବି  ଜଣାଇଛନ୍ତି।

କେନ୍ଦ୍ରାପଡା  ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ଅର୍ନ୍ତଗତ କୂଳସାହି ସେବାଶ୍ରମ ବିଦ୍ୟାଳୟରେ ଏପରି ଘଟଣା ସାମନାକୁ ଆସିଛି। ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରତିବାଦରେ ଉତ୍ତ୍ୟକ୍ତ ଅଭିଭାବକମାନେ ଆଜି ଆବାସିକ ବିଦ୍ୟାଳୟ ଅଫିସରେ ତାଲା ପକାଇ ଦେଇଥିଲେ।

ଦିଦି ପାଠ ପଢ଼ାଇବା ବଦଳରେ ମୋବାଇଲ୍‌ରେ ଟିକ୍‌ଟକ୍‌ ଭିଡିଓ ଓ ଗେମ୍‌ ଦେଖାଇବା ନେଇ ପିଲାମାନେ ନିଜ ଘରେ କହିଥିଲେ। ନିଜ ପିଲାଙ୍କ ଭବିଷ୍ୟତ ବିଗିଡ଼ିବା ଆଶଙ୍କାରେ  ଶିକ୍ଷୟିତ୍ରୀଙ୍କ  ଏପରି କାର୍ଯ୍ୟକଳାପକୁ ଅଭିଭାବକମାନେ ତୀବ୍ର ବିରୋଧ କରିଥିଲେ। ଏହାପରେ ଆଜି ଆବାସିକ ବିଦ୍ୟାଳୟ ଅଫିସରେ ତାଲା ପକାଇଲେ। ଏହି ଘଟଣା ପରଠୁ ବିଦ୍ୟାଳୟରେ ରହୁଥିବା ୩୦୦ରୁ ଉର୍ଦ୍ଧ ପିଲାଙ୍କ ଭବିଷତ୍ୟ ଅନିଶ୍ଚିନ୍ତତା ଭିତରକୁ ଟାଣି ହୋଇଯାଇଛି। ସେପଟରେ ଶିକ୍ଷୟତ୍ରୀଜଣଙ୍କ ଏ କଥାକୁ ଖଣ୍ଡନ କରିବା ସହ ପୂର୍ବତନ ପ୍ରଧାନ ଶିକ୍ଷକ ତାଙ୍କ ବିରୋଧରେ ଏମିତି କାଣ୍ଡ ଭିଆଇଛନ୍ତି ବୋଲି କହିଛନ୍ତି।

ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ କୂଳସାହି ସେବାଶ୍ରମ ବିଦ୍ୟାଳୟରେ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଛନ୍ତି। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସେ ସବୁ ପକ୍ଷ ସହ ଆଲୋଚନା କରୁଥିବା କହିଛନ୍ତି।



from Odisha Reporter https://ift.tt/2OlmCud

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages