ପୁଲୱାମା: ସୋମବାର ରାତିରୁ ଆରମ୍ଭ ହୋଇଥିବା ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନକୁ ବଡ଼ ସଫଳତା ମିଳିଛି। ଜମ୍ମୁ-କଶ୍ମୀରର ପୁଲୱାମାରେ ଚାଲିଥିବା ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏମାନେ ହିଜବୁଲ ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି। ସ୍ଥାନୀୟ ଅଞ୍ଚଳରେ ଏବେ ବି କିଛି ଆତଙ୍କବାଦୀ ଲୁଚି ରହିଥିବାରୁ ସର୍ଚ୍ଚଅପରେସନ ଜାରି ରହିଛି।
ଗତକାଲି ପୁଲୱାମାର ଦରବଗାମ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ତେବେ ସୁରକ୍ଷାକର୍ମୀଙ୍କୁ ଦେଖିବା କ୍ଷଣି ଆତଙ୍କବାଦୀମାନେ ଗୁଳି ମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା।
ଗତକାଲି ରାତିରୁ ଚାଲିଥିବା ଗୁଳି ବିନିମୟକୁ ଆଜି ଭୋରରୁ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ହିଜବୁଲ ଆତଙ୍କୀ ନିହତ ହୋଇଛନ୍ତି। ଏମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଓ ଦୁଇଟି ଏକେ-୪୭ ଜବତ ହୋଇଛନ୍ତି। ଏମାନେ ସ୍ଥାନୀୟ ଅଞ୍ଚଳର ଯୁବକ। ଏଠାରେ ସେମାନେ ହିଜବୁଲ ପାଇଁ କାର୍ଯ୍ୟ କରୁଥିଲେ।
ମୃତ ଦୁଇ ଆତଙ୍କୀ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଏହାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ସ୍ଥାନୀୟ ପୁଲିସ୍ ପକ୍ଷରୁ ପୁଲୱାମାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
from Odisha Reporter https://ift.tt/2DjuCGI
No comments:
Post a Comment