ହାଇଦ୍ରାବାଦ ଏନକାଉଣ୍ଟର, ଘଟଣାସ୍ଥଳରୁ ନମୁନା ନେଲା ଫରେନସିକ୍ ଟିମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 8, 2019

ହାଇଦ୍ରାବାଦ ଏନକାଉଣ୍ଟର, ଘଟଣାସ୍ଥଳରୁ ନମୁନା ନେଲା ଫରେନସିକ୍ ଟିମ୍

ହାଇଦ୍ରାବାଦ: ହାଇଦ୍ରାବାଦ ଶାମସାବାଦ ଦୁଷ୍କର୍ମ ଘଟଣାର ଅଭିଯୁକ୍ତଙ୍କୁ ପୁଲିସର ଏନକାଉଣ୍ଟର ମାମଲାରେ ଆରମ୍ଭ ହୋଇଛି ଫରେନସିକ୍ ଟିମର ତଦନ୍ତ। ପୁଲିସ ଏନକାଉଣ୍ଟରରେ ବ୍ୟବହାର କରିଥିବା ବନ୍ଧୁକ, ଗୁଳି ଏବଂ କୋତୋଟି ଗୁଳି ଅଭିଯୁକ୍ତଙ୍କ ଶରୀରରେ ବାଜିଛି? କେତେ ଦୂରରୁ ପୁଲିସ ଅଭିଯୁକ୍ତଙ୍କ ଉପରକୁ ଗୁଳି ମାରିଛି? ଅଭିଯୁକ୍ତ କେମିତି ପୁଲିସ ଉପରକୁ କିଭଳି ଆକ୍ରମଣ କରିଥିଲା? ଏହି ସବୁ ଦିଗ ଉପରେ ଫରେନସିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି।

ଶୁକ୍ରବାର ଚଟନପଲ୍ଲୀରେ ଥିବା ଏନକାଉଣ୍ଟର ସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଫରେନସିକ୍ ଟିମ୍ ଦୁଇଟି ପିସ୍ତଲ, ୧୫ ଗୁଳିର ଖୋକା ଏବଂ ରକ୍ତ ଭିଜା ମାଟିର ନମୁନା ସଂଗ୍ରହ କରିଛି। ଏଥିସହ ଏନକାଉଣ୍ଟରରେ ଥିବା ପୁଲିସ କର୍ମୀ ଏବଂ ଦୁଷ୍କର୍ମ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କ ବନ୍ଧୁକ ଗୁଳିର ନମୁନା ମଧ୍ୟ ନେଇଛି ଫରେନସିକ୍ ଟିମ୍। ତେବେ କେତୋଟି ଗୁଳି ପୁଲିସ ଅଭିଯୁକ୍ତଙ୍କ ଉପରକୁ ମାରିଛି ଏବଂ କେତୋଟି ଲକ୍ଷ୍ୟ ଭ୍ରଷ୍ଚ ହୋଇଛି ତାହା ଜଣାପଡ଼ି ନାହିଁ। ଯେଉଁ ୧୫ଟି ଗୁଳିର ଖୋକାର ନମୁନା ନିଆଯାଇଛି ସେଥିରୁ କିଛି ଲକ୍ଷ୍ୟ ଭ୍ରଷ୍ଟ ଗୁଳିର ନମୁନା ହୋଇପାରେ ବୋଲି ଆକଳନ କରାଯାଉଛି।

ସେହିପରି ଏନକାଉଣ୍ଟର ସାଇଟରେ ଅଲଗା ଅଲଗା ସ୍ଥାନରୁ ଭିଡିଓ ଓ ଫଟୋ ଚିତ୍ର ନେଇଛି ଫରେନସିକ୍ ଟିମ୍। ଫଳରେ ପୁଲିସ ଅଭିଯୁକ୍ତଙ୍କ ଉପରକୁ କେତେ ଦୂରରୁ ଗୁଳି କରିଥିଲା ତାହା ଜଣାପଡ଼ିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ସୂଚନା ମୁତାବକ ଅଭିଯୁକ୍ତଙ୍କୁ ଅସୋଲ୍ଟ ରାଇଫଲରୁ ଗୁଳି ମରାଯାଇଛି। ଯାହାକି ସେଲ୍ଫ ଲ୍ୟାଣ୍ଡିଂ ହେଇଥାଏ। ତେଣୁ ଅଭିଯୁକ୍ତର ଶରୀରେ ଗୁଳି ବାଜି ବାହାରି ଯାଇଥିବ ବୋଲି ଆକଳନ କରାଯାଉଛି।

ପୁଲିସ ଘଟଣାସ୍ଥଳରୁ ପଥର ଏବଂ ବାଡି ମଧ୍ୟ ଜବତ କରିଛି। ଏହି ପଥର ଏବଂ ବାଡିରେ ପୁଲିସ ଉପରକୁ ଅଭିଯୁକ୍ତମାନେ ଆକ୍ରମଣ କରିଥିଲେ ବୋଲି ଜଣାପଡ଼ିଛି। ତେବେ ଏହା ସ୍ପଷ୍ଟ ହୋଇନାହିଁ। ତେବେ ପୁଲିସ ଚାରି ଅଭିଯୁକ୍ତଙ୍କ ଶରୀରେ କେତୋଟି ଗୁଳି ମାରିଛି ତାହା ଜଣାପଡ଼ି ନାହିଁ। ଏଥିପାଇଁ ମୃତ ଅଭିଯୁକ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ଫରେନସିକ୍ ଟିମ୍।

ଶୁକ୍ରବାର ରାତିରେ ୪ ଅଭିଯୁକ୍ତଙ୍କର ଶବ ବ୍ୟବଚ୍ଛେଦ ମହବୁବନଗର ହସ୍ପିଟାଲରେ କରାଯାଇଥିଲା। ଏହି ଶବ ବ୍ୟବଚ୍ଛେଦ ବେଳେ ତିନି ବରିଷ୍ଠ ଡାକ୍ତର, ଦୁଇ ସହଯୋଗୀ ଡାକ୍ତର, ଦୁଇ ମେଡିକାଲ ଛାତ୍ର ଏବଂ ସ୍ଥାନୀୟ ତହସିଲଦାର ମଧ୍ୟ ଉପସ୍ଥିତ ଥିଲେ। ଶୁକ୍ରବାର ଅପରାହ୍ନ ୨ଟା ୩୦ ଯାଏ ୪ ଶବ ଖୋଲା ଆକଶ ତଳେ ପଡ଼ି ରହିଥିଲା। ତେଣୁ ସଢ଼ିବା ଆରମ୍ଭ କରିଥିଲା। ଏବେ ମହବୁବନଗର ଶବଗୃହରେ ସଂରକ୍ଷଣ କରି ରଖାଯାଇଛି।



from Odisha Reporter https://ift.tt/2P1XLgm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages