‘ରାତି ୧୦ରୁ ସକାଳ ୬ ମହିଳାଙ୍କୁ ମାଗଣା ଡ୍ରପିଂ ସେବା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 8, 2019

‘ରାତି ୧୦ରୁ ସକାଳ ୬ ମହିଳାଙ୍କୁ ମାଗଣା ଡ୍ରପିଂ ସେବା’

ବେଙ୍ଗାଲୁରୁ: ଗାଡ଼ି ଅଛି, ଡ୍ରାଇଭର ଅଛି। ତଥାପି ରାତିରେ ଘରକୁ ଫେରିବାରେ ଅସୁବିଧା ହେଉଛି କି? ତାହାଲେ ଏଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ। କାରଣ କର୍ମଜୀବୀ ହେଉ କି ସାଧାରଣ ମହିଳାଙ୍କ ପାଇଁ ପୁଲିସ କରିଛି ସ୍ୱତନ୍ତ୍ର ବ୍ୟବସ୍ଥା। ରାତି ୧୦ରୁ ସକାଳ ୬ ଭିତରେ କୌଣସି ମହିଳା ଯେକୌଣସି ସ୍ଥାନକୁ ଯିବାକୁ ଚାହୁଁଥିଲେ ପୁଲିସ୍ ନେବା ଆଣିବା ବ୍ୟବସ୍ଥା କରିବ। ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସମ୍ପୂର୍ଣ୍ଣ ସତ।

ଆଇଟି ସିଟି ଭାବେ କ୍ଷ୍ୟାତି ଅର୍ଜନ କରିଥିବା କର୍ଣ୍ଣାଟକର ଗଡଗ ଜିଲ୍ଲାର ଏସପି ଶ୍ରୀନାଥ ଜୋଶୀ ମହିଳାଙ୍କ ସୁରକ୍ଷା ପାଇଁ ଏହିପରି ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ମହିଳାଙ୍କୁ ପୁଲିସର ଟୋଲ ଫ୍ରି ନମ୍ୱରକୁ ଫୋନ୍ କରି କହିବାକୁ ପଡ଼ିବ। ଏହାପରେ ପୁଲିସ କଲ୍ କରିଥିବା ମହିଳାଙ୍କୁ ତାଙ୍କର ଠିକଣା ସ୍ଥାନରୁ ନିଜର ସ୍ୱତନ୍ତ୍ର ଗାଡ଼ିରେ ନେଇ ଗନ୍ତବ୍ୟ ସ୍ଥଳରେ ଛାଡ଼ିବ ବୋଲି ଏସପି ଶ୍ରୀନାଥ ଜୋଶୀ କହିଛନ୍ତି। ଏହି ସେବା ଗଡଗ ଜିଲ୍ଲାର ସମସ୍ତ ସ୍ଥାନରେ ମିଳିବ ବୋଲି ସେ କହିଛନ୍ତି। ଶନିବାର ରାତିରୁ ଏହି ସେବା ଆରମ୍ଭ ହୋଇଛି। ମହିଳାଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏସପି ଶ୍ରୀନଥ ଜୋଶୀଙ୍କ ଦ୍ୱାରା ନିଆଯାଇଥିବା ଏପରି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଛନ୍ତି।

ନିକଟରେ ହାଇଦ୍ରାବାଦରେ ଜଣେ ମହିଳା ଡାକ୍ତର ସଂଧ୍ୟାରେ ଆସିବା ବେଳେ ତାଙ୍କର ସ୍କୁଟି ପମ୍ପଚର ହୋଇଥିଲା। ଟାୟାର ସଜାଡିବାକୁ କହି ଚାରି ଅଭିଯୁକ୍ତ ଡାକ୍ତର ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କୁ ହତ୍ୟା କରି ପୋଡ଼ି ଦେଇଥିଲେ। ଏହାପରେ ଦେଶର ବିଭିନ୍ନ ରାଜ୍ୟରେ ମହିଳାଙ୍କ ପରିବହନ ସେବା ଉପରେ ଗୁରୁତ୍ୱ ଦିଆ।ଯାଉଛି। ନିକଟରେ ଉତ୍ତର ପ୍ରଦେଶର ଏକ ଜିଲ୍ଲାରେ ଜଣେ ହୋଟେଲ କର୍ମଚାରୀ ବିଳମ୍ୱିତ ରାତିରେ ଚାଲି ଚାଲି ଫେରୁଥିଲେ। ପୁଲିସ ଦେଖିବା ପରେ ସଙ୍ଗେସଙ୍ଗେ ଉକ୍ୟ ବ୍ୟକ୍ତିଙ୍କୁ ନେଇ ସେହି ହୋଟେଲକୁ ଯାଇଥିଲେ। ଏହାପରେ ସଂପୃକ୍ତ ହୋଟେଲ ସମେତ ଜିଲ୍ଲାରେ ଥିବା ସମସ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ ରାତିରେ କାରରେ କର୍ମଚାରୀଙ୍କୁ ଘରେ ଛାଡ଼ିବା ପାଇଁ।



from Odisha Reporter https://ift.tt/2LAlDWp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages