ନୂଆଦିଲ୍ଲୀ: ଦିଲ୍ଲୀର ଅନାଜ୍ ମଣ୍ଡି ଅଞ୍ଚଳରେ ଘଟିଥିବା ଅଗ୍ନିକାଣ୍ଡପରେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଥମେ ନିଆଁ ଲାଗିଥିବା ଅଞ୍ଚଳକୁ ପ୍ରବେଶ କରିଥିବା ଦିଲ୍ଲୀ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ମଧ୍ୟରୁ ଅନ୍ୟତମ ରାଜେଶ ଶୁକ୍ଲା ବର୍ତ୍ତମାନ ହିରୋ ପାଲଟିଯାଇଛନ୍ତି। ସେ ୧୧ ଜଣଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।
ଏହି ଉଦ୍ଧାର ପ୍ରକ୍ରିୟାରେ ରାଜେଶଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ସେ ବର୍ତ୍ତମାନ ଏଲ୍ଏନ୍ଜେପି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦିଲ୍ଲୀ ଗୃହମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ତାଙ୍କୁ ହସ୍ପିଟାଲରେ ଭେଟିଛନ୍ତି।
ସତ୍ୟେନ୍ଦ୍ର ଟ୍ୱିଟ୍ ଜରିଆରେ କହିଛନ୍ତି, “ଫାୟାରମ୍ୟାନ୍ ରାଜେଶ ଶୁକ୍ଲା ପ୍ରକୃତ ହିରୋ। ସେ ପ୍ରଥମ ଫାୟାରମ୍ୟାନ୍ ଭାବେ ନିଆଁ ଲାଗିଥିବା ସ୍ଥାନରେ ପହଞ୍ଚିଥିଲେ। ପ୍ରାୟ ୧୧ ଜଣଙ୍କୁ ଉଦ୍ଧାର କରିଥିଲେ। ତାଙ୍କର ମେରୁଦଣ୍ଡ ଜନିତ ସମସ୍ୟା ସତ୍ତ୍ୱେ ଶେଷ ପର୍ଯ୍ୟନ୍ତ ସାହାଯ୍ୟ କରିଥିଲେ। ତାଙ୍କୁ ସାଲ୍ୟୁଟ୍ ଜଣାଉଛି।”
ସୂଚନାଯୋଗ୍ୟ ଯେ, ଉତ୍ତର ଦିଲ୍ଲୀର ଅନାଜ ମଣ୍ଡି ଅଞ୍ଚଳରେ ଗତ ରବିବାର ସକାଳେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୪୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ବେଶ୍ କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି।
from Odisha Reporter https://ift.tt/2YD645H
No comments:
Post a Comment