ମୁହଁ ଖୋଲିଲେ ତାପସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 22, 2019

ମୁହଁ ଖୋଲିଲେ ତାପସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ଫିଲ୍ମ ‘ବାବୁ ଭାଇଜାନ୍‌’। ‘ଖ୍ୱାଜା ଗରିବ୍ ନୱାଜ୍‌’ ପ୍ରଡକ୍ସନ୍‌ ବ୍ୟାନରରେ ନିର୍ମିତ ହେଉଥିବା ଏହି ଫିଲ୍ମରେ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି ଅଭିନେତା ଅରିନ୍ଦମ ଏବଂ ଅଭିନେତ୍ରୀ ଶିବାନୀ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ତାପସ ସରଘରିଆ। ଫିଲ୍ମର ଶୁଟିଂ ସରିଗଲାଣି ବୋଲି ସୂଚନା ମିଳିଛି। କିନ୍ତୁ ଫିଲ୍ମର ରିଲିଜ୍‌ ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇନି।

ତେବେ ଗତ କିଛି ଦିନ ହେବ ‘ବାବୁ ଭାଇଜାନ୍‌’ ଫିଲ୍ମକୁ ନେଇ ଏକ ଆଲୋଚନା ଚାଲିଛି। କୁହାଯାଉଛି ଚଳିତ ବର୍ଷ ରିଲିଜ୍‌ ହୋଇଥିବା ବଲିଉଡ୍‌ ଫିଲ୍ମ ‘ସୁଇ ଧାଗା’ରୁ ଏହାକୁ କପି କରାଯାଇଛି। ସୋଶାଲ୍‌ ମିଡିଆରେ ମଧ୍ୟ କିଛି ଲୋକ ‘ବାବୁ ଭାଇଜାନ୍‌’  ‘ସୁଇ ଧାଗା’ ଫିଲ୍ମର କପି ବୋଲି ପୋଷ୍ଟ୍ କରିଛନ୍ତି। ଆଉ ଏହାକୁ ନେଇ ମୁହଁ ଖୋଲିଛନ୍ତି ଫିଲ୍ମର ନିର୍ଦ୍ଦେଶକ ତାପସ ସରଘରିଆ।

ସେ କହିଛନ୍ତି, ଅନ୍ୟକୁ କପି କରି ଓଡ଼ିଆ ଫିଲ୍ମ କରାଯାଉଛି କହିବାଟା ଲୋକଙ୍କର ଗୋଟେ ଅଭ୍ୟାସ ହୋଇଗଲାଣି। ‘ବାବୁ ଭାଇଜନ୍‌’ ସତ କାହାଣୀ ଉପରେ ଆଧାରିତ। ବାଲେଶ୍ୱରର ଅବଦୁଲ ଅମିନ୍‌ ଖାନ୍‌ଙ୍କ ଜୀବନକୁ ନେଇ ଫିଲ୍ମଟି ତିଆରି ହେଉଛି। ସେ କେମିତି ସଂଘର୍ଷ କରି ଜଣେ ଛୋଟ ଟେଲରରୁ ବଡ଼ ଉଦ୍ୟୋଗପତି ହୋଇପାରିଛନ୍ତି, ତାହା ଏହି ଫିଲ୍ମରେ ଦେଖାଯାଇଛି। ତଥାପି ଯଦି ଲୋକମାନଙ୍କୁ ଲାଗୁଛି ଯେ ଫିଲ୍ମଟି କପି ହୋଇଛି, ତା’ହେଲେ ଆଉ କ’ଣ କରାଯାଇପାରିବ। ବାବୁ ଭାଇଜାନ୍‌ଙ୍କୁ ଦେଖି ‘ସୁଇ ଧାଗା’ ହୋଇଥାଇପାରେ।

ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ରେଡିଓ ଟାଇମ୍‌ ୱିଥ୍‌ ଅନନ୍ୟା’ର ଏକ ଏପିସୋଡ୍‌ ଯୋଗଦେଇ ଏକଥା କହିଛନ୍ତି ତାପସ ସରଘରିଆ।

ସୂଚନା ଅନୁଯାୟୀ, ବାବୁ ଭାଇଜାନ୍‌ ଫିଲ୍ମର ଅଧା ଭାଗ ଦିଲ୍ଲୀରେ ଶୁଟିଂ କରାଯାଇଛି। ଏ ଫିଲ୍ମରେ ମିହିର ଦାସ, ବବି ମିଶ୍ର, ମନୋଜ ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା ଓ ବିଦୁସ୍ମିତା ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ଏହା ଭିତରେ ଏହି ଫିଲ୍ମର ଦୁଇଟି ଗୀତ- ‘ଦିଲ୍ଲୀ କୀ ଗଳି’ ଓ ’ହମ୍‌ ଦମ୍‌ ମେରେ’ ରିଲିଜ୍ ହୋଇଛି। ଏ ଦୁଇଟି ଗୀତକୁ ଲୋକେ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି।

 



from Odisha Reporter https://ift.tt/2EJTbO3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages