‘ଆପ୍ସ୍’ ଅସ୍ତ୍ର, ଅସଦାଚରଣ ବେଳେ ତିନି ଯୁବକଙ୍କୁ ଉଠାଇନେଲା ପୁଲିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 22, 2019

‘ଆପ୍ସ୍’ ଅସ୍ତ୍ର, ଅସଦାଚରଣ ବେଳେ ତିନି ଯୁବକଙ୍କୁ ଉଠାଇନେଲା ପୁଲିସ୍

ଚେନ୍ନାଇ: ବସରେ ତିନି ଯୁବକ ଜଣେ ମହିଳାଙ୍କୁ ଅସଦାଚରଣ କରିବା ମହଙ୍ଗା ପଡ଼ିଛି। ଚଳନ୍ତା ବସରେ ଅସଦାଚରଣ କରିବା ବେଳେ ପୁଲିସ ଖବର ପାଇ ତିନି ଜଣ ଅଭିଯୁକ୍ତକୁ ଗିରଫ କରିଛି। ଏଭଳି ଘଟଣା ତାମିଲନାଡୁର ସେଣ୍ଟ୍ରାଲ ଚେନ୍ନାଇରେ ଘଟିଛି। ତିନି ଜଣଙ୍କ ବିରୋଧରେ ପୁଲିସ ଅସଦାଚରଣ ମାମଲା ରୁଜୁ କରି ଜେଲ୍ ପଠାଇ ଦେଇଛି। ତିନି ଗିରଫ ଯୁବକ ହେଲେ ଏମ ଆନନ୍ଦରାଜ(୨୨), ଏସ ଅରୁଲ କୁମାର (୨୩) ଏବଂ ଏନ ପୋନମନି ମରନ। ଏହି ତିନି ଜଣଙ୍କ ଘର ଭୀରୁଧୁନଗର, ଏରୋଡ ଏବଂ ସଲେମ ବୋଲି ପୁଲିସ କହିଛି। ଶନିବାର ରାତି ୮ଟା ବେଳେ ସେଣ୍ଟାଲ ଚେନ୍ନାଇର ୧୫ଜି ରୋଡରେ ଏହି ଘଟଣା ଘଟିଥିଲା ବୋଲି ମେଟ୍ରୋପଲିଟିଆନ କର୍ପୋରେସନ ଟ୍ରାନସପୋର୍ଟ (ଏମଟିସି) କହିଛି।

ତେବେ ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସାହାଯ୍ୟ କରିଛି ‘କଭଲନ ଆପ୍ସ’। ତାମିଲନାଡୁ ପୁଲିସ ଦ୍ୱାରା ଜୁନ୍ ୨୦୧୮ରେ ମହିଳାଙ୍କ ସୁରକ୍ଷା ଏବଂ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଜାରି ହୋଇଥିବା କଭଲନ ଆପ୍ସ ତିନି ଅଭିଯୁକ୍ତଙ୍କୁ ଗିରଫ କରିବାରେ ଅଧିକ ସାହାଯ୍ୟ କରିଛି।

କ’ଣ ରହିଛି ଏହି ଆପ୍ସରେ?

ଅସଦାଚରଣର ଶିକାର ହେଉଥିବା ବେଳେ କିମ୍ୱା ଦୁଷ୍କର୍ମର ଶିକାର ହେବା ପୂର୍ବରୁ ନିଜକୁ ସୁରକ୍ଷିତ ରହିବା ପାଇଁ କୌଣସି ଅସ୍ତ୍ର କିମ୍ୱା ବଳ ପ୍ରୟୋଗ କରିବାକୁ ପଡ଼ିବନି। କେବେଳ ଠିକଣା ସମୟରେ କଭଲନ ଆପ୍ସର ଏସଓଏସ ବଟମକୁ ଚିପି ଦେଲେ ପୁଲିସ ଆପ୍ସ ବ୍ୟବହାର କାରୀଙ୍କ ଠିକଣା ଜାଣିପାରିବ। ଏହାପରେ ସ୍ଥାନୀୟ ପୁଲିସ ସଙ୍ଗେସଙ୍ଗେ ସାହଯ୍ୟ କରିଥାଏ। ଖାଲି ମହିଳା ନୁହେଁ ରାଜ୍ୟର କୌଣସି ବ୍ୟକ୍ତି ଏହି ଆପ୍ସକୁ ବିପର୍ଯ୍ୟୟ ସମୟରେ ବ୍ୟବହାର କରିପାରିବ। କଭଲନର ଅର୍ଥ ହେଉଛି ଅଙ୍ଗରକ୍ଷୀ ବା ବଡ଼ିଗାର୍ଡ।



from Odisha Reporter https://ift.tt/2ZgkwRf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages