୨୩ରେ ପାଦ ଥାପିଲା ବିଜେଡି ; ଟାର୍ଗେଟ କଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 25, 2019

୨୩ରେ ପାଦ ଥାପିଲା ବିଜେଡି ; ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଜେଡିର ପ୍ରତିଷ୍ଠା ଦିବସ। ୨୨ ପୂରା କରି ୨୩ବର୍ଷରେ ପଦାପର୍ଣ କରିଛି ଦଳ। ସବୁ ନିର୍ବାଚନମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳିତ ହେବ। ଭୁବନେଶ୍ୱରରେ ପ୍ରତିଷ୍ଠା ଦିବସ ପାଳନକୁ ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି। ପଞ୍ଚମ ଥର କ୍ଷମତା ହାତେଇବା ପରେ ପ୍ରଥମ ପ୍ରତିଷ୍ଠା ଦିବସରେ କ’ଣ ବାର୍ତ୍ତା ଦେବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଫୋକସରେ ରହିଛି 5-T,    ମୋ ସରକାର ସମେତ ସରକାରଙ୍କ ସଫଳ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା। ଏଥିସହ ମହାନଦୀ ଓ ପୋଲାଭରମ  ପ୍ରସଙ୍ଗରେ ଲଢେଇ ଜାରି ରଖିବାକୁ ଦଳରେ ନିଷ୍ପତ୍ତି ହୋଇଛି।

ଅନ୍ୟପକ୍ଷରେ ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଥିବାବେଳେ ବିଜେପି କଡା ସମାଲୋଚନା କରିଛି। ବିଜେଡି ସରକାର ରାଜ୍ୟରେ ୨୦ ବର୍ଷ ଧରି ଶାସନ କରିଥିଲେ ମଧ୍ୟ ସରକାରଙ୍କ ବିକାଶର ମାପଦଣ୍ଡରେ ରାଜ୍ୟ ପଛକୁ ପଛକୁ ଯାଉଛି। ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି।  ୧୦୦ରୁ ଅଧିକ ଡାକ୍ତରଖାନାରେ ଡାକ୍ତର ନାହାନ୍ତି।  କାଳିଆ ଯୋଜନା ପ୍ରତିଶ୍ରୁତି ରାଜ୍ୟବାସୀଙ୍କ ପାଇଁ ପାଣିର ଗାର ପାଲଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆହୁରି ୨୪ ଲକ୍ଷ ଲୋକ ପ୍ରଥମ କିସ୍ତି ପାଇନାହାନ୍ତି।

୨୦ ବର୍ଷ ପରେ ବି ରାଜ୍ୟର ସମସ୍ତ ଚାଷଜମିକୁ ସରକାର ପାଣି ଯୋଗାଇ ପାରିନାହାନ୍ତି। ପାନୀୟ ଜଳ ପାଇବାରୁ ଲୋକେ  ବଞ୍ଚିତ  ହୋଇଛନ୍ତି। ଫୋନି ବାତ୍ୟାରେ ପ୍ରକୃତି ହିତାଧିକାରୀଙ୍କୁ ଛାଡି ଅଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଥିବା ଭଳି ଅନେକ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେପି।



from Odisha Reporter https://ift.tt/2ETv7Iu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages