ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାକିସ୍ତାନ ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ୍ ଗଫୁରଙ୍କୁ କଡ଼ା ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ଗଫୁରଙ୍କ ଟୁଇଟର ଜବାବ ଦେଇ ଧର୍ମେନ୍ଦ୍ର କହିଛନ୍ତି, ନିଜ ଦେଶରେ ଥିବା ଖ୍ରୀଷ୍ଟିଆନଙ୍କୁ ହତ୍ୟା କରିବା ପରେ ଏବେ ପାକିସ୍ତାନ ପଡ଼ୋଶୀଙ୍କ ପାଇଁ ଚିନ୍ତିତ। ସେହିପରି ବିଜେଡି ସାଂସଦ ସସ୍ମିତ ପାତ୍ର ଟୁଇଟ୍ କରି କହିଛନ୍ତି, ଓଡ଼ିଶାରେ ଖ୍ରୀଷ୍ଟିଆନ ମାନେ ସୁରକ୍ଷିତ ଓ ସଶକ୍ତ। ପାକିସ୍ତାନ ଭଳି ହତ୍ୟାର ଶିକାର ହେଉନାହାନ୍ତି।
So says a man sitting at the epicentre of genocide against religious and ideological minorities.
घर के ईसाई मार दिए, आज पड़ोसियों की चिंता है?
इन बड़बोलों से कह दो जरा, भारत में सब जिंदा हैं।
And Merry Christmas, also to the remaining few Christians in Pakistan. https://t.co/qCYrIs3JtZ
— Dharmendra Pradhan (@dpradhanbjp) December 25, 2019
Please hear a young Christian MP from Odisha (since you referred to Odisha), slamming Pakistan’s anti-minority barbarism before 170 countries this year at 141st Inter-Parliamentary Union, Belgrade. Christians in Odisha are safe, strong and empowered. Not butchered as in Pakistan! https://t.co/oqel9W7q2z pic.twitter.com/Df5SzwJkdl
— Dr. Sasmit Patra I ଡ଼ଃ ସସ୍ମିତ ପାତ୍ର (@sasmitpatra) December 25, 2019
ସୂଚନାଯୋଗ୍ୟ, ଗତକାଲି ବଡ଼ଦିନ ଥିଲା। ଏହି ଅବସରରେ ପାକିସ୍ତାନ ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ୍ ଗଫୁର ନିଜର ଖ୍ରୀଷ୍ଟମାସ ଶୁଭେଚ୍ଛାରେ ଓଡ଼ିଶାର ନାଁ ଉଲ୍ଲେଖ କରିବା ସହିତ ହିନ୍ଦୁତ୍ୱ କଥା ଉଠାଇଥିଲେ। ଓଡ଼ିଶାର ଧର୍ମ ନିରପେକ୍ଷ ଭାବନାକୁ ନେଇ ପ୍ରଶ୍ନ ଉଠାଇ ଟୁଇଟ୍ କରିଥିଲେ ପାକ୍ ସେନା ମୁଖପାତ୍ର। ଯାହାକୁ ନେଇ ରାଜ୍ୟ ସମେତ ସାରା ଦେଶରେ ବିରୋଧ ଦେଖାଦେଇଛି।
from Odisha Reporter https://ift.tt/2EV6NGd
No comments:
Post a Comment