ରାମୁ ଶାମୁ ଦେଶକୁ ବୋକା ବନାଉଛନ୍ତି: ଅଧୀର ରଞ୍ଜନ ଚୌଧୁରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 25, 2019

ରାମୁ ଶାମୁ ଦେଶକୁ ବୋକା ବନାଉଛନ୍ତି: ଅଧୀର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ: ନ୍ୟାଶନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ (ଏନଆରସି) ଯଦିଓ ସଂସଦରେ ଉପସ୍ଥାପନ ହୋଇନି। ହେଲେ ନାଗରିକତା ସଂଶୋଧନ ଆଇନ (ସିଏଏ) ସହିତ ଏନଆରସିକୁ ନେଇ ସାରା ଦେଶରେ ବିରୋଧାଭାସ ଦେଖିବାକୁ ମିଳିଛି। ଏହାରି ଭିତରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ କଟାକ୍ଷ କରିଛନ୍ତି। ଦେଶବାସୀଙ୍କୁ ଏନଆରସି ନାଁରେ ବୋକା ବନାଉଛନ୍ତି ବୋଲି ଲୋକସଭାର କଂଗ୍ରେସ ଦଳର ନେତା କହିଛନ୍ତି।

ମୋଦି ଏବଂ ଶାହଙ୍କୁ ରାମୁ ଓ ଶାମୁ ବୋଲି ସମ୍ବୋଧିତ କରି ସେ ଆହୁରି କହିଛନ୍ତି, ‘ଏନଆରସି ବାବଦରେ ମୋଦି ଯେଭଳି ମତ ରଖିଛନ୍ତି ଜଣାପଡ଼ୁଛି ସେ ଏନଆରସି ବାବଦରେ କିଛି ଜାଣି ନାହାନ୍ତି। କିନ୍ତୁ ତାଙ୍କ ସରକାରର ସ୍ୱରାଷ୍ଟ୍ର ମନ୍ତ୍ରୀ ସଂସଦରେ ଏନଆରସି ବାବଦରେ ଅନେକ କଥା କହିଛନ୍ତି। ସାରା ଦେଶରେ ଏନଆରସି ଲାଗୁ ହେବ ବୋଲି ମଧ୍ୟ କହିଛନ୍ତି। ଏହି ରାମୁ ଏବଂ ଶାମୁ କ’ଣ କହୁଛନ୍ତି ସେ ବାବଦରେ ଆମକୁ ଧ୍ୟାନ ଦେବାକୁ ହେବ। ଏମାନେ ଦେଶକୁ ବୋକା ବନାଇବାରେ ମାଷ୍ଟର’।

ଏହା ପୂର୍ବରୁ ସିଏଏ ପ୍ରସଙ୍ଗରେ ଅଧୀର ରଞ୍ଜନ ପ୍ରଧାନମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହଙ୍କୁ ଅନୁପ୍ରବେଶକାରୀ ବୋଲି କହିଥିଲେ। ସଂସଦରେ ଶାସକ ଦଳର ସାଂସଦ ଅଧୀରଙ୍କ ମନ୍ତବ୍ୟକୁ ନାପସନ୍ଦ କରିଥିଲେ। ଏଥିସହିତ ଅଧୀରଙ୍କୁ କ୍ଷମା ମାଗିବାକୁ ଦାବି କରିଥିଲେ।

ସୂଚନାଯୋଗ୍ୟ, ‘ରାମ ଏବଂ ଶ୍ୟାମ’ ୧୯୬୭ରେ ରିଲିଜ୍ ହୋଇଥିବା ବଲିଉଡର ହିନ୍ଦୀ ଫିଲ୍ମ। ଏଥିରେ ଦୁଣ ଜଣ ଜାଁଳା ଭାଇଥିଲେ ଯିଏକି ସ୍ୱଭାବରେ ପରସ୍ପରର ବୀପରିତ। ଦିଲୀପ କୁମାର ଏହି ରାମ ଶ୍ୟାମ ଭୂମିକାରେ ଡବଲ ରୋଲ୍ କରିଥିଲେ।

ଏନପିଆରକୁ ମୋଦି ସରକାରଙ୍କ କ୍ୟାବିନେଟ ଅନୁମୋଦନ ଦେବା ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସାକ୍ଷାତକାରରେ କହିଥିଲେ ଏନପିଆର ସହିତ ଏନସିଆରର କୌଣସି ଲିଙ୍କ୍ ନାହିଁ। କିନ୍ତୁ ୨୦୧୪ ମସିହାରେ ରାଜ୍ୟସଭାରେ ଉତ୍ତର ରଖି ତତ୍କାଳୀନ ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ ଯେ ଏନପିଆର ଭିତ୍ତିରେ ସରକାର ଜାତୀୟ ନାଗରିକ ପଞ୍ଜିକା ପ୍ରସ୍ତୁତ କରିବେ। ଏନପିଆରରେ ଦିଆଯାଇଥିବା ତଥ୍ୟର ଯାଞ୍ଚ କରାଯାଇ ନାଗରିକ ପଞ୍ଜିକା ଚୂଡ଼ାନ୍ତ ହେବ। ଯାହାକୁ ନେଇ ଏବେ ସରକାର ଅଡ଼ୁଆରେ ପଡ଼ିଛନ୍ତି।



from Odisha Reporter https://ift.tt/37aokq0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages