ୟୁପିରେ ଲିଭୁନି ସିଏଏ ନିଆଁ, ରାଜ୍ୟପାଳଙ୍କ ସହ ଯୋଗୀଙ୍କ ଜରୁରୀ ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 20, 2019

ୟୁପିରେ ଲିଭୁନି ସିଏଏ ନିଆଁ, ରାଜ୍ୟପାଳଙ୍କ ସହ ଯୋଗୀଙ୍କ ଜରୁରୀ ବୈଠକ

ଲକ୍ଷ୍ନୌ: ସିଏଏକୁ ବିରୋଧ କରି ଉତ୍ତର ପ୍ରଦେଶରେ ସୃଷ୍ଟି ହୋଇଥିବା ପ୍ରତିବାଦର ନିଆଁ ଥମିବାର ନାଁ ନେଉନାହିଁ। ଏହି ନିଆଁ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଗତକାଲି ପରି ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ସିଏଏକୁ ବିରୋଧ କରି ବିକ୍ଷୋଭ କରାଯାଇଛି।

ଅନ୍ୟପକ୍ଷରେ ସ୍ଥିତି ବିଗିଡ଼ିବାରେ ଲାଗିଥିବାରୁ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କ ସହ ଜରୁରୀକାଳିନ ବୈଠକ କରିଛନ୍ତି। ବୈଠକରେ ସେ ସିଏଏ ବିରୋଧୀ ଆନ୍ଦୋଳନକୁ ନେଇ ଚାଲିଥିବା ହିଂସାକାଣ୍ଡ ସମ୍ପର୍କରେ ତାଙ୍କୁ ଅବଗତ କରାଇଛନ୍ତି।

ହିଂସାକୁ ଦୃଷ୍ଟିରେ ରଖି ଆଜି ଲକ୍ଷ୍ନୌ, ବିଜନୋର, ମୀରଟ, ଫୋରଜାବାଦ, କାନପୁର, ସମ୍ଭଲ, ମୋରଦାବାଦ, ମୁଜାଫରନଗର, ବାହରିଚ, ବୁଲନ୍ଦଶହର ଓ ହତ୍ରାସରେ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି। ଅବଶ୍ୟ ହିଂସା ସୃଷ୍ଟି ହୋଇଥିବା ଗାଜିଆବାଦରେ ଆଜି ସ୍ଥିତି ସୁଧୁରିବାରୁ ଇଣ୍ଟରନେଟ ସେବାକୁ କାର୍ଯ୍ୟକ୍ଷମ କରାଯାଇଛି। ହେଲେ ସୁରକ୍ଷାକର୍ମୀଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି।

ଅନ୍ୟପକ୍ଷରେ ଉତ୍ତର ପ୍ରଦେଶରେ ଘଟିଥିବା ପୋଡ଼ାଜଳା ଓ ହିଂସାକାଣ୍ଡ ପାଇଁ ପୁଲିସ୍‌ ଗାଜିବାଦରେ ୩୬୦୦ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୁଲିସ୍‌ ଏବେ ସେମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ କରୁଛି। ବର୍ତ୍ତମାନ ୬୫ ଜଣ ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରେ ସମାଜବାଦୀ ପାର୍ଟିର ଏକାଧିକ ନେତା ରହିଛନ୍ତି। ସେମାନେ କୁଆଡ଼େ ଆନ୍ଦୋଳନକୁ ଉସକାଇଥିବା ପୁଲିସ୍‌ କହିଛି।

ଗାଜିଆବାଦ ବ୍ୟତୀତ ଆଲିଗଡ଼ରୁ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୭୦୦ରୁ ୮୦୦ ଅଚିହ୍ନା ଲୋକଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି। ସେହପରି ପୁଲିସ ୧୬ ଜଣଙ୍କୁ ଅଟକ ରଖିଛି।

ବାହାଦୋହିରେ ପୁଲିସ ୨୭ ଜଣଙ୍କ ନାଁରେ ଏଫଆଇଆର କରିଛି। ବାହରିଚ ହିଂସାକାଣ୍ଡରେ ପୁଲିସ୍‌ ୩୮ ଜଣଙ୍କୁ ଗିରଫ କରିଛି। ପ୍ରୟାଗରାଜରେ ଆନ୍ଦୋଳନ କରୁଥିବା ୧୫୦ ଜଣଙ୍କୁ ପୁଲିସ ଅଟକ ରଖିଥିବା ବେଳେ ଆଉ ୧୦୦ ଜଣଙ୍କ ନାଁରେ ଏଫଆଇଆର ରୁଜୁ କରିଛି। ପ୍ରୟାଗରାଜରେ ୧୪୪ ଧାରା ଲାଗୁ କରାଯାଇଥିଲେ ହେଁ ଏହାକୁ ଉଲ୍ଲଙ୍ଘନ କରିଥିବା ୧୦ ହଜାର ଅଚିହ୍ନା ଲୋକଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି।

ଲକ୍ଷ୍ନୌରେ ହିଂସାକୁ ଉସକାଇବା ଘଟଣାରେ ୨୮୦ ଜଣଙ୍କୁ ଜେଲ ପଠାଯାଇଛି।



from Odisha Reporter https://ift.tt/2S9EJ9U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages