ନୂଆଦିଲ୍ଲୀ: ଦେଶରେ ଜଳୁଥିବା ସିଏଏ ବିରୋଧୀ ନିଆଁରେ ରେଳ ବିଭାଗ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଆନ୍ଦୋଳନକାରୀମାନେ ନିଜର ଅସନ୍ତୋଷ ପ୍ରକାଶ କରିବା ପାଇଁ ରେଳ ଧାରଣାରେ ବିକ୍ଷୋଭ କରିବା ସହ ପ୍ଲାଟଫର୍ମରେ ପୋଡ଼ା ଜଳା କରୁଛନ୍ତି।
ଏପରି କି ମୁର୍ଶିଦାବାଦରେ ଆନ୍ଦୋଳନକାରୀମାନେ ଏକାଧିକ ଟ୍ରେନରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ସିଏଏ ବିରୋଧୀ ଆନ୍ଦୋଳନ ଯୋଗୁ ସୃଷ୍ଟି ହୋଇଥିବା ହିଂସାକାଣ୍ଡରେ ଭାରତୀୟ ରେଳବାଇର ୮୮ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।
ଇଷ୍ଟର୍ଣ୍ଣ ରେଳବାଇ ଜୋନରେ ସର୍ବାଧିକ ୭୨ କୋଟି ଟଙ୍କାର ସମ୍ପତ୍ତିକୁ ଆନ୍ଦୋଳନକାରୀ ନଷ୍ଟ କରିଛନ୍ତି। ସେହିପରି ସାଉଥ ଇଷ୍ଟର୍ଣ୍ଣ ଜୋନରେ ୧୩ କୋଟି ଓ ନର୍ଥ ଇଷ୍ଟ ଜୋନରେ ୩ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ରେଳବାଇ ପକ୍ଷରୁ କୁହାଯାଇଛି।
from Odisha Reporter https://ift.tt/35HYRE4
No comments:
Post a Comment