ବୋଉ….. ବୋଉ ଲୋ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 2, 2019

ବୋଉ….. ବୋଉ ଲୋ…

ବୋଉ ଯିବାର ତିନି ବର୍ଷ ହୋଇଗଲାଣି। ଏବେ ବି ମୁଁ କେହି ନ ଥିଲା ବେଳେ ବୋଉ .. ବୋଉ ଲୋ.. ବୋଲି ବଡ଼ ପାଟିରେ ଡାକେ। ଏତେ କଷ୍ଟଦାୟକ ବୁକୁଫଟା ସତେ ଏ ଡାକ ବୋଧହୁଏ ବୋଉକୁ ହରେଇଥିବା ପ୍ରତି ଟି ବ୍ୟକ୍ତି ଅନୁଭବ କରି ପାରୁଥିବ ଏ ଯନ୍ତ୍ରଣାକୁ।

ବୋଉ ବଞ୍ଚିଥିଲା ବେଳେ ସେ ଡାକ ଆଉ ଆଜିର ଡାକରେ ଆକାଶ ପାତାଳ ଫରକ। ନିଜ ମନର ଅବସ୍ଥା ଅନୁସାରେ ବୋଉ ବୋଲି ଡାକିବାର ଶୈଳୀ ମଧ୍ୟ ବଦଳି ଯାଉଥିଲା ସେତେବେଳେ।

ଯେମିତି ସ୍କୁଲ କଲେଜରେ ପଢୁଥିଲା ବେଳେ କିଛି ସଫଳତା ପାଇଲା ବେଳେ ଘରେ ପଶୁ ପଶୁ ଦୌଡ଼ି ଦୌଡ଼ି ଯାଇ ବୋଉ .. ବୋଉ ଲୋ.. ଜାଣିଛୁ ମୁଁ ଆଜି ଫାଷ୍ଟ ହେଇଛି .. ଯୌଥ ପରିବାରର ଜଞ୍ଜାଳରେ ଘାଣ୍ଟି ହେଇ ଯାଉ ଯାଉ ଟିକେ ହସି ଦେଇ କହୁଥିଲା ହଉ ଯା ବାପାଙ୍କୁ କହି ଦେ .. ସେତେବେଳେ ମୁଁ ବୁଝୁ ନ ଥିଲି ସେ କେଉଁ ଅବସ୍ଥାରେ ଅଛି। କେତେ ଜଣଙ୍କ ପାଇଁ ହଣ୍ଡା ବସି ରୋଷେଇ ଚାଲିଛି। ସକାଳୁ ବୋଉ କିଛି ନ ଖାଇ ଯେ ଘରକୁ ଆସିଥିବା ବନ୍ଧୁ ବାନ୍ଧବଙ୍କ ଚର୍ଚ୍ଚାରେ ଅଛି।

କେବେ ଯଦି କେଉଁ ସାଙ୍ଗ ସହିତ ଝଗଡା ହୋଇଛି ତେବେ ସେ ରାଗରେ ଘରକୁ ଆସି ଉଚ୍ଚ ସ୍ୱରରେ ବୋଉ .. ବୋଉ.. ସବୁ ରାଗ ଅପମାନ ଶୁଝେଇବାକୁ ସତେ ଯେମିତି ସେଇ ହି ଅଛି।
ଦେହ ଭଲ ନ ଲାଗିଲେ ଚିଡି ଚିଡି ଲାଗିଲେ ବି ସେ ବୋଉ .. ଏ ବୋଉ ..

କାର୍ଯ୍ୟବ୍ୟସ୍ତତା ଭିତରେ ଯଦି ତାର ଫୋନ ଆସିଲା ତେବେ ହଁ କ’ଣ ହେଲା ବୋଉ ? କ’ଣ କହୁଛୁ ଜଲଦି କହ ..ବୁଝି ହେଉ ନ ଥିଲା ତାର ପ୍ରାପ୍ତ ବୟସରେ ସେ ଦୁଇପଦ କଥା ହେବା ପାଇଁ ଫୋନ ଟିକେ କରିଥିଲା। ଫ୍ରୀ ହେଲେ କରିବି କହି ନିଜ କାମରେ ବ୍ୟସ୍ତ ହୋଇ ଯାଉଥିଲୁ , ଅଣଦେଖା କରି ଦେଉଥିଲୁ ତାର ସୂକ୍ଷ୍ମ ମନରେ ସେ ସେଦିନ ମୋତେ ଖୋଜୁଥିଲା ଟିକେ ଦୁଃଖସୁଖ ହେବାପାଇଁ।

ଯେତେବେଳେ ଯେଉଁ ମାନସିକ ଅବସ୍ଥାରେ ଥାଉ ସେଇପରି ଡାକ ଟିଏ ବୋଉ କୁ ଡାକିଦେଲେ ନିଜକୁ ବହୁତ ହାଲକା ଲାଗି ଥାଏ ଯେମିତି। ବୋଉ ବଞ୍ଚି ଥିଲା ସମସ୍ତଙ୍କର ନିଜସ୍ୱ ଖୁସି ରାଗ ଅଭିମାନ କଷ୍ଟକୁ ଅଜାଡି ଦେବାର ସତେ ଯେମିତି ସେ ଏକ ଡଷ୍ଟବିନ୍‌ ଥିଲା। କିନ୍ତୁ ଭାବୁଛି ଆଜି ଯେଉଁ ଆକୁଳତାରେ ବୋଉକୁ ଡାକୁଛି କେବେ ଯଦି ସେମିତି ବୋଉକୁ ଡାକିଥାନ୍ତି ସତରେ ସେ କେତେ ଖୁସି ହୋଇଥାନ୍ତା .. ଯଦି ସେ ବଞ୍ଚି ଥିଲାବେଳେ ଜଣେଇ ଥାନ୍ତି ବୋଉ ଲୋ ତୁ ଆମ ପାଇଁ ଆମ ନିଃଶ୍ୱାସଟିଏ ତା’ହେଲେ ବୋଧହୁଏ ଆଜିର ଏ ଦୀର୍ଘଶ୍ଵାସ ଆଖିରେ ଲୁହ ହୋଇ ଝରି ଆସୁ ନ ଥାନ୍ତା ….

ଭୁବନେଶ୍ୱର
ଡ଼ଃ ରିନା ରାଉତରାୟ
ଫୋନ୍‌- ୯୪୩୮୨୭୨୧୫୨



from Odisha Reporter https://ift.tt/2Y9CCDU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages