କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥର ତାରିଣୀ ଛକ ନିକଟରେ ଏକ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ‘ଶ୍ରୀୟା’ ନାମକ ଏହି ବସ୍ଟି କଟକରୁ ପାରାଦୀପ ଯାଉଥିବା ବେଳେ ପାରାଦୀପ ପଟୁ ଆସୁଥିବା ଏକ ଟ୍ରକ୍ ସହିତ ମୁହାମୁହିଁ ଧକ୍କା ହୋଇଥିଲା। ଏହାପରେ ପୁଲିସ୍, ଅଗ୍ନିଶମ ବିଭାଗ କର୍ମଚରୀ ଓ ସ୍ଥାନୀୟ ଲୋକେ ମିଶି ବସ୍ ଯାତ୍ରୀଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବସ୍ରେ ପ୍ରାୟ ୩୦ ଜଣ ଯାତ୍ରୀ ଥିଲେ। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/35XA91Y
No comments:
Post a Comment