ମହାପ୍ରଭୁଙ୍କ ଭୋଗ ‘ଅଦା ହେଙ୍ଗୁ ଖେଚୁଡ଼ି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 2, 2019

ମହାପ୍ରଭୁଙ୍କ ଭୋଗ ‘ଅଦା ହେଙ୍ଗୁ ଖେଚୁଡ଼ି’

ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ, ମୁଗଡାଲି, ଅଦା, ହେଙ୍ଗୁ, ଅଳେଇଚ, ଜିରା, ଘିଅ, ଲୁଣ, ଚିନି ଓ ତେଜପତ୍ର

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅରୁଆ ଚାଉଳକୁ ଭଲଭାବେ ଧୋଇ ପାଣି ନିଗାଡ଼ି ଦିଅନ୍ତୁ। ତା’ପରେ ଅଦାକୁ ଭଲ କରି ଧୋଇ ଛେଚି ଦିଅନ୍ତୁ। ଗୁଣ୍ଡ ହେଙ୍ଗୁକୁ ଅଳ୍ପ ପାଣିରେ ଗୋଳାଇ ରଖନ୍ତୁ। ସେହିପରି କିସ୍‌ମିସ୍‌ ଭାଜି ରଖନ୍ତୁ। ଅଳେଇଚକୁ ମଧ୍ୟ ଛେଚି ଦିଅନ୍ତୁ। ଏଥିସହ ମୁଗଡାଲିକୁ ଅଳ୍ପ ଭାଜି ତାକୁ ଧୋଇ ପାଣି ନିଗାଡ଼ି ଦିଅନ୍ତୁ।

ଏସବୁ କାମ ସରିବା ପରେ ଏକ ବଡ଼ ପାତ୍ରରେ ଘିଅ ଗରମ କରନ୍ତୁ। ଏବେ ଏଥିରେ ତେଜପତ୍ର ଓ ଜିରା ପକାଇ ଅଳ୍ପ ଭାଜି ଦିଅନ୍ତୁ। ଜିରା ଫୁଟିଗଲେ ସେଥିରେ ଧୁଆ ଚାଉଳ, ଡାଲି ଓ ଛେଚା ଅଦା ପକାଇ ଭଲକରି ଭାଜି ଦିଅନ୍ତୁ। ସେସବୁ ଭାଜି ହୋଇଗଲେ ଆବଶ୍ୟକ ମୁତାବକ ପାଣି ଦିଅନ୍ତୁ। ତା’ ପରେ ସେଥିରେ ଲୁଣ, ଚିନି ଓ ହେଙ୍ଗୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ମନେ ରଖନ୍ତୁ, ଏସବୁ କଲାବେଳେ ଚୁଲିର ଆଞ୍ଚ କମ୍‌ ରଖିବେ। ନହେଲେ ଭାତ ତଳୁ ଲାଗି ପୋଡ଼ିଯିବ। କିଛି ସମୟ ପରେ ଚାଉଳ ସିଝି ଭାତ ହୋଇଗଲେ ସେଥିରେ କିସ୍‌ମିସ୍ ଓ ଅଳେଇଚ ଛେଚା ଏବଂ ଅଳ୍ପ ଘିଅ ପକାଇ ଢାଙ୍କୁଣୀ ବନ୍ଦ କରି ଅଳ୍ପ ସମୟ ଘୋଡ଼ାଇ ରଖି ଦିଅନ୍ତୁ। କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ‘ଅଦା ହେଙ୍ଗୁ ଖେଚୁଡ଼ି’। ଏହାକୁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଭୋଗ ଲଗାଯାଏ।



from Odisha Reporter https://ift.tt/2Pc3crQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages