ନୂଆ ବର୍ଷରୁ ନୂଆ ଅଭ୍ୟାସ କରିବାକୁ ଆହ୍ୱାନ ଦେଲା ବିଏମ୍‌ସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 24, 2019

ନୂଆ ବର୍ଷରୁ ନୂଆ ଅଭ୍ୟାସ କରିବାକୁ ଆହ୍ୱାନ ଦେଲା ବିଏମ୍‌ସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ  ବର୍ଷରେ ସାଙ୍ଗସାଥୀଙ୍କୁ ଉପହାର ଦେବା ସମୟରେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର କମ୍ କରିବା ନିମନ୍ତେ ଧ୍ୟାନ ରଖିବାକୁ ପରାମର୍ଶ ଦେଇଛି ବିଏମ୍‌ସି। ତେଣୁ ଏହି ନୂଆବର୍ଷରେ ନିଜ ପ୍ରିୟ ପରିଜନଙ୍କୁ ଗଛ, ବହି ଓ ସ୍ଥାନୀୟ ହସ୍ତକଳା ଓ ହସ୍ତଶିଳ୍ପ ଶିଳ୍ପର ସାମଗ୍ରୀ ଉପହାର ଦେବାକୁ  ଆହ୍ୱାନ ଦେଇଛି ବିଏମ୍‌ସି। ଏହା ଦ୍ୱାରା ଉପହାରକୁ ପ୍ଲାଷ୍ଟିକ ସାମଗ୍ରୀରେ ପ୍ୟାକ୍‌ କରିବାକୁ ପଡ଼ିବ ନାହିଁ । ଫଳରେ ପ୍ଲାଷ୍ଟିକ ଆବର୍ଜନା ହ୍ରାସ ପାଇବ ବୋଲି କହିଛି ବିଏମ୍‌ସି।

ଆସନ୍ତା ନୂଆ ବର୍ଷରୁ ଏହି ନୂଆ ଅଭ୍ୟାସ କରି ସ୍ମାର୍ଟ ସିଟି ଭୁବନେଶ୍ୱରକୁ ସଫା ସୁତୁରା ଓ ସବୁଜ ରଖିବା ଆମ ସମସ୍ତଙ୍କ ସାମଗ୍ରିକ ଦାୟିତ୍ୱ ବୋଲି ବିଏମ୍‌ସି କହିଛି ।  ସମସ୍ତଙ୍କ ସହଯୋଗ ଓ ସକ୍ରିୟ ଭୂମିକା ବଳରେ ଏହି ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ବିଏମ୍‌ସି କମିଶନର୍ ପ୍ରେମଚନ୍ଦ ଚୌଧୁରୀ କହିଛନ୍ତି  ।



from Odisha Reporter https://ift.tt/2PSHoTK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages