ହାତୀ ହାବୁଡ଼ରେ ପଡ଼ିଗଲେ ସ୍ନେହଲତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 24, 2019

ହାତୀ ହାବୁଡ଼ରେ ପଡ଼ିଗଲେ ସ୍ନେହଲତା

ବାରିପଦା(ମାଣିକଲାଲ ପାଣି) :ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଗୋଷାଣିପାଳରେ ହାତୀ ଆକ୍ରମଣରେ ଆଜି ସକାଳେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତା ମହିଳାଜଣକ ହେଲେ ସ୍ନେହଲତା ସେଠୀ।

ସ୍ନେହଲତା ଗାଁ ନିକଟ ନଦୀ କୂଳକୁ ସକାଳେ ଶୌଚ ହେବାକୁ ଯାଇଥିଲେ।। ହାତୀ ପଲ ଦେଖି ନଦୀ କୂଳରେ ଉପସ୍ଥିତ ଥିବା ସମସ୍ତେ ଛତ୍ର ଭଙ୍ଗ ଦେଇ ପଳାଇଥିଲେ। ହେଲେ ସ୍ନେହଲତା ହାତୀ ପଲ ହାବୁଡ଼ରେ ପଡ଼ି ଯାଇଥିଲେ। ଏକ ହାତୀ ତାଙ୍କୁ କଚାଡ଼ି ଦେଇଥିଲା। ଏହାପରେ ହାତୀ ପଲ ଜଙ୍ଗଲକୁ ପଳାଇଥିଲେ। କିଛି ସମୟ ପରେ ଗ୍ରାମବାସୀ ଉକ୍ତ ସ୍ଥାନରେ ପହଞ୍ଚି ସ୍ନେହଲତାଙ୍କ ମୃତ୍ୟୁ ହୋଇଯାଇଥିବା ଦେଖିବାକୁ ପାଇଲେ। ହାତୀ ପଲ ଦେଖି ଦୌଡ଼ାଦୌଡ଼ି ସମୟରେ ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣାଯାଇଛି।

ଖବର ପାଇ ବାଙ୍ଗିରିପୋଷି ରେଞ୍ଜର ଘଟଣାସ୍ଥଳରେ ପହଞ୍ଚି ମୃତା ମହିଳାଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୪୦ ହଜାର  ଟଙ୍କା ପ୍ରଦାନ କରିଛନ୍ତି। ଆହତ ବ୍ୟକ୍ତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବନ ବିଭାଗ ବହନ କରିବ ବୋଲି ରେଞ୍ଜର ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।



from Odisha Reporter https://ift.tt/2ENfCBV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages