ବିରୋଧୀ ଦଳର ନେତା ହେଲେ ଦେବେନ୍ଦ୍ର ଫଡନାବିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 1, 2019

ବିରୋଧୀ ଦଳର ନେତା ହେଲେ ଦେବେନ୍ଦ୍ର ଫଡନାବିସ

ମୁମ୍ୱାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ବିରୋଧୀ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି।  ନାନା ପଟୋଲେ ବାଚସ୍ପତି ଭାବରେ ନିର୍ବାଚିତ ହେବା ପରେ ଗୃହରେ ଏହି ଘୋଷଣା କରିଛନ୍ତି। ବାଚସ୍ପତି ଫଡନାବିସଙ୍କୁ ବିରୋଧୀ ଦଳର ନେତା ବୋଲି ଘୋଷଣା କରିବା ସମୟରେ ମହା ବିକାଶ ଅଘାଡି ମେଣ୍ଟର ସମସ୍ତ ବିଧାୟକ ଟେବୁଲ ବାଡ଼େଇ ତାଙ୍କୁ ଅଭିବାଦନ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ବିଧାୟକ ଦଳର ନେତା ଜୟନ୍ତ ପାଟିଲ, ଶିବସେନା ବିଧାୟକ ଏକନାଥ ସିନ୍ଧେ, କଂଗ୍ରେସ ବିଧାୟକ ବାଲାସାହେବ ଥାରୋଟ ଫଡନାବିସଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଥିଲେ।

ଫଡନାବିସ (୪୯ ) ପ୍ରଥମ ଥର ପାଇଁ ବିରୋଧୀ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଅକ୍ଟୋବର ୨୦୧୪ରେ ମଧ୍ୟ ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ରାଜ୍ୟର ସେ ହେଉଛନ୍ତି ପ୍ରଥମ ବିଜେପି ନେତା, ଯିଏକି ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହାପରେ ଗତମାସ ୨୩ ତାରିଖରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ହେଲେ ବହୁମତ ସାବ୍ୟସ୍ତ ପୂର୍ବରୁ ନିଜ ପଦବୀରୁ ସେ ଇସ୍ତଫା ଦେଇଥିଲେ। ଏହାପରେ ମହା ବିକାଶ ଅଘାଡି (ଶିବସେନା-ଏନସିପି-କଂଗ୍ରେସ) ସରକାର ଦାୟିତ୍ୱ ଗ୍ରହଣ କରିଛି।

ବିଜେପିର ଆଦର୍ଶଗତ ଗୁରୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ସଦସ୍ୟ ଦେବେନ୍ଦ୍ର ଫଡନାବିସ। ରାଜ୍ୟର ଦ୍ୱିତୀୟ ରାଜଧାନୀ ନାଗପୁରର ମେୟର ମଧ୍ୟ ସେ ହୋଇଥିଲେ। ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ସେ ମହାରାଷ୍ଟ୍ର ବିଜେପିର ସଭାପତି ମଧ୍ୟ ଥିଲେ। ୧୯୯୯ରୁ ଲଗାତର ୫ମ ଥର ପାଇଁ ସେ ନାଗପୁରରୁ ବିଧାୟକ ଭାବରେ ନିର୍ବାଚିତ ହୋଇଆସୁଛନ୍ତି।



from Odisha Reporter https://ift.tt/2OZsp90

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages