ପରଲୋକରେ ଡିମ୍ପଲ୍‌ଙ୍କ ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 1, 2019

ପରଲୋକରେ ଡିମ୍ପଲ୍‌ଙ୍କ ମା’

ମୁମ୍ୱାଇ: ବଲିଉଡ୍ ଅଭିନେତ୍ରୀ ଡିମ୍ପଲ୍ କପାଡ଼ିଆଙ୍କ ମା’ ବେଟ୍ଟି କପାଡିଆଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ନିଃଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ମୁମ୍ୱାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଡିମ୍ପଲ୍‌ଙ୍କ ଘରେ ବଲିଉଡ୍‌ ଷ୍ଟାରଙ୍କ ଭିଡ଼ ଜମିଥିଲା।

ମୃତ୍ୟୁର କିଛି ଦିନ ପୂର୍ବରୁ ବେଟ୍ଟି ତାଙ୍କ ପରିବାର ସହିତ ନିଜର ୮୦ ତମ ଜନ୍ମଦିନ ପାଳନ କରିଥିଲେ। ଏହାର ଏକ ଫଟୋକୁ ଟ୍ୱିଙ୍କିଲ୍‌ ଖାନ୍ନା ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ଶେଆର୍ ମଧ୍ୟ କରିଥିଲେ।

ଏକ ରିପୋର୍ଟ ଅନୁସାରେ ବେଟ୍ଟିଙ୍କ ଦେହ ଖରାପ ହେବା ପରେ ଅନେକ ଥର ଡିମ୍ପଲ୍‌ ଓ ଟ୍ୱିଙ୍କିଲ୍‌ଙ୍କୁ ହସ୍ପିଟାଲ ବାହାରେ ଦେଖିବାକୁ ମିଳିଥିଲା। ତେଣୁ ଡିମ୍ପଲ୍‌ ଅସୁସ୍ଥ ଅଛନ୍ତି ବୋଲି ଫ୍ୟାନ୍‌ମାନେ ଆଶଙ୍କା କରିଥିଲେ। ଆଉ ଏହାର ସ୍ପଷ୍ଟୀକରଣ ଦେବାକୁ ଯାଇ ଏକ ଇଣ୍ଟରଭ୍ୟୁରେ ଡିମ୍ପଲ୍ କହିଥିଲେ, ‘ମୁଁ ଜୀବିତ ଓ ସୁସ୍ଥ ଅଛି। ମୋ ମା’ଙ୍କ ଦେହ ଖରାପ ଅଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସେ ପୂର୍ବାପେକ୍ଷା ଭଲ ଅଛନ୍ତି। ମୋତେ ଆପଣଙ୍କ ପ୍ରାର୍ଥନା ଓ ଆଶୀର୍ବାଦର ଆବଶ୍ୟକତା ରହିଛି।’

 



from Odisha Reporter https://ift.tt/33AJ8Vw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages