ଉନ୍ନାଓ ପୀଡିତାଙ୍କ ପରିବାର ଲୋକଙ୍କୁ ସୁରକ୍ଷା ଯୋଗାଇବେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 7, 2019

ଉନ୍ନାଓ ପୀଡିତାଙ୍କ ପରିବାର ଲୋକଙ୍କୁ ସୁରକ୍ଷା ଯୋଗାଇବେ ସରକାର

ଉନ୍ନାଓ: ଉତ୍ତର ପ୍ରଦେଶ ଉନ୍ନାଓ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନଆସିଲେ ଅନ୍ତିମ ସଂସ୍କାର ହେବନି ବୋଲି ପୀଡିତାଙ୍କ ସାନ ଉଭଣୀ ଦାବି କରିଥିଲେ। ହେଲେ ତାଙ୍କୁ ବୁଝାସୁଝା କରିବାପରେ ପୀଡିତାଙ୍କ ମର ଶରୀରକୁ ଶ୍ମଶାନକୁ ନିଆଯାଇ ରୀତିନୀତି ଅନୁସାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ଜଣାପଡ଼ିଛି।

୬ ତାରିଖ ରାତିରେ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ପୀଡ଼ିତାଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଆସନ୍ତାକାଲି ସଡ଼କପଥ ମାଧ୍ୟମରେ ଦିଲ୍ଲୀରୁ ଏକ ଆମ୍ୱଲାନ୍ସ ଯୋଗେ ଉନ୍ନାଓ ଆସିଥିଲା ପୀଡ଼ିତାଙ୍କ ମର ଶରୀର। ଆଜି ଶେଷକୃତ୍ୟୁ ପୀଡ଼ିତାଙ୍କ ସାନ ଭଉଣୀ କହିଥିଲେ ମୁଖ୍ୟମନ୍ତ୍ରୀ ଉନ୍ନାଓ ଆସିବା ପରେ ତାଙ୍କ ଭଉଣୀଙ୍କ ଶେଷକୃତ୍ୟ ହେବ। ଏଥିସହ ତାଙ୍କୁ ରାଜ୍ୟ ସରକାର ଏକ ସରକାରୀ ଚାକିରୀ ଦେବା ସହିତ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଉ ବୋଲି ଦାବି କରିଥିଲେ।

ଲକ୍ଷ୍ନୌ ପୁଲିସ କମିଶନର ମୁକେଶ ମେଶର୍ମ ମଧ୍ୟ ପୀଡ଼ିତାଙ୍କ ସାନ ଭଉଣୀଙ୍କ ଦାବି ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପୀଡ଼ିତାଙ୍କ ସମସ୍ତ ପରିବାରବର୍ଗଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦିଆଯିବ। ପୀଡିତାଙ୍କ ଭାଇର ଦାବି ଅନୁଯାୟୀ ସେମାନଙ୍କ ନିଜସ୍ୱ ସୁରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ରଖିବାକୁ ଆଇନ ଅନୁଯାୟୀ ଅନୁମତି ଦିଆଯିବ। ସେହିପରି ପୀଡ଼ିତାଙ୍କ ସାନ ଭଉଣୀକୁ ଚାକିରୀ ସାଙ୍ଗକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଦୁଇଟି ଘର ଯୋଗାଇ ଦିଆଯିବ। ଏଥିସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସେହପରି ଗତକାଲି ପୀଡିତାଙ୍କ ପରିବାରକୁ ମନ୍ତ୍ରୀ କମଳ ରାଣୀ ବରୁଣ ଭେଟିଥିଲେ। ଏହାପରେ ସରକାରଙ୍କ ତରଫରୁ ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଆର୍ଥିକ ସୁରକ୍ଷା ଯୋଗାଇ ଦେବାକୁ ଯାଇ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଥିଲେ। ଚେକ ଜରିଆରେ ଜିଲ୍ଲପାଳଙ୍କ ମାଧ୍ୟମରେ ସରକାର ଏହି ଟଙ୍କା ଦେବେ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ଗତ ବର୍ଷ ଦୁଷ୍କର୍ମର ଶିକାର ହୋଇଥିବା ଉନ୍ନାଓ ପୀଡ଼ିତା ଦୁଷ୍କର୍ମ ମାମଲାର ଶୁଣାଣି ପାଇଁ ଗୁରୁବାର କୋର୍ଟ ଯାଉଥିଲେ। ଏଥିପାଇଁ ରେଲଓ୍ୱେ ଷ୍ଟେସନ ଯାଇଥିଲେ। ଏହି ଦୁଷ୍କର୍ମ ଘଟଣାରେ ଜାମିନରେ ଆସିଥିବା ଅଭିଯୁକ୍ତ ଶୁଭମ ଜଣଙ୍କ ରେଲଓ୍ୱେ ଷ୍ଟେସନକୁ ୪ ସାଙ୍ଗଙ୍କ ସହ ଆସି ପୀଡିତାଙ୍କୁ ଆକ୍ରମଣ କରିଥିଲା। ପ୍ରଥମେ ପୀଡ଼ିତାଙ୍କୁ ଗୋଡ଼କୁ ଏକ ବାଡ଼ିରେ ଆଘାତ ଦେଇଥିଲା। ଏହାପରେ ଛୁରୀରେ ପୀଡ଼ିତାଙ୍କୁ ଆକ୍ରମଣ କରିଥିଲା। ଶେଷରେ ପୀଡ଼ିତାଙ୍କ ଶରୀରରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଥିଲେ ଶୁଭମ ସମେତ ୪ ଦୁର୍ବୃତ୍ତ। ହସ୍ପିଟାଲରେ ପୁଲିସକୁ ଏହି କଥା କହିଥିଲେ ପୀଡ଼ିତା। ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଗୁରୁବାର ସଂଧ୍ୟାରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଶୁକ୍ରବାର ରାତି ୧୧ଟା ୪୦ରେ ପୀଡ଼ିତା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ପୀଡିତାଙ୍କ ଶରୀରର ଅଧିକାଂଶ ସ୍ଥାନ ପୋଡ଼ି ହୋଇଯାଇଥିବାରୁ ମୃତ୍ୟ ଘଟିଛି ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରେ ଆସିଛି।



from Odisha Reporter https://ift.tt/2PnkPFo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages