ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ ସରିଛି। ରାଷ୍ଟପ୍ରତି ରାମନାଥ କୋବିନ୍ଦ ଏହାର ଶିଳାନ୍ୟାସ କରିଛନ୍ତି। ତେବେ ଏହି ଅବସରରେ ହୋଇଥିବା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି ଜନତାଙ୍କୁ ସମ୍ବୋଧନ କରିଥିଲେ। ବ୍ରିଟିଶ ଶାସନ ବିରୋଧରେ ପାଇକଙ୍କ ବୀରତ୍ୱ ବର୍ଣ୍ଣନା କରି ସେ ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁଙ୍କ କଥା ସ୍ମରଣ କରିଥିଲେ।
ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଅଭିଭାଷଣ ରଖିବା ବେଳେ ପାଇକ ସ୍ମାରକୀ ପାଇଁ କେନ୍ଦ୍ରର ଦୁଇ ବିଭାଗ ପେଟ୍ରୋଲିୟମ ଓ ସଂସ୍କୃତି ବିଭାଗକୁ କୃତଜ୍ଞତା ଜଣାଇଥିଲେ। ରାଜ୍ୟ ସରକାର ଜମି ଯୋଗାଇ ଦେଇଛନ୍ତି, ଭିତ୍ତିଭୂମି ମଧ୍ୟ ଯୋଗାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ପାଇକ ବିଦ୍ରୋହ ବ୍ରିଟିଶଙ୍କ ବିରୋଧରେ ଏକ ଗଣ ଆନ୍ଦୋଳନ ଥିଲା ଏବଂ ପାଇକଙ୍କ ସାହସ ଯୋଗୁଁ ଆମେ ଗଙ୍ଗାରୁ ଗୋଦାବରୀ ଜୟ କରିଥିଲୁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ। ୧୮୧୭ରେ ପାଇକମାନେ ପ୍ରଥମେ ବ୍ରିଟିଶରଙ୍କ ବିରୋଧରେ ଲଢ଼ିଥିଲେ। ତେଣୁ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ଦାବି କରିଥିଲେ ନବୀନ। ଏଥିସହ ବକ୍ସି ଜଗବନ୍ଧୁଙ୍କ ନାଁରେ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଇବାକୁ ମଧ୍ୟ ଦାବି କରିଥିଲେ।
from Odisha Reporter https://ift.tt/2RGCNph
No comments:
Post a Comment