କପଡ଼ା ଗୋଦାମରେ ନିଆଁ ଲାଗି ୯ ଜୀବନ୍ତ ଦଗ୍ଧ, ୧୦ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 22, 2019

କପଡ଼ା ଗୋଦାମରେ ନିଆଁ ଲାଗି ୯ ଜୀବନ୍ତ ଦଗ୍ଧ, ୧୦ ଗୁରୁତର

ନୂଆଦିଲ୍ଲୀ: ଏକ କପଡ଼ା ଗୋଦାମରେ ନିଆଁ ଲାଗି ଯିବାରୁ ୯ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଦିଲ୍ଲୀର କିରାଡ଼ି ଅଞ୍ଚଳରେ ଏହି ଘଟଣା ଘଟିଛି।

ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏକ ଚାରି ମହଲା ବିଶିଷ୍ଟ କୋଠା ଘରର ତଳ ମହଲାରେ ଏହି ଗୋଦାମ ଥିଲା। ଶର୍ଟ ସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଏପରିକି ଯେଉଁ ସ୍ଥାନରେ ପ୍ରଥମେ ନିଆଁ ଲାଗିଥିଲା ସେଠାରେ ଏକ ଗ୍ୟାସ୍ ସିଲିଣ୍ଡର ଫାଟି ଯାଇଥିଲା। ଏହି କୋଠାରେ କୌଣସି ପ୍ରକାର ଅଗ୍ନିନିର୍ବାପକ ବ୍ୟବସ୍ଥା ନଥିବା ବେଳେ କେବଳ ସିଡ଼ି ରହିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଆହତ ମାନଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ସଞ୍ଜୟ ଗାନ୍ଧି ମେମୋରିଆଲ୍ ହସ୍‌ପିଟାଲ୍‌ ଓ ଆଖପାଖ ଅନ୍ୟ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଗତ ୧୫ ଦିନ ମଧ୍ୟରେ ଏହା ହେଉଛି ଦିଲ୍ଲୀରେ ଦ୍ୱିତୀୟ ବଡ଼ ଅଗ୍ନିକାଣ୍ଡ ଘଟଣା। ଏହା ପୂର୍ବରୁ ଡିସେମ୍ବର ୭ ତାରିଖରେ ଝାନ୍‌ସୀ ରୋଡ୍‌ ସ୍ଥିତ ଅନାଜ୍ ମଣ୍ଡିର ଏକ ଲଗେଜ୍ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିବାରୁ ୪୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ଥିଲେ। ସେମାନେ ଶୋଇଥିବା ଅବସ୍ଥାରେ ଭୋର୍ ପ୍ରାୟ ୫ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା।

 



from Odisha Reporter https://ift.tt/34MLMrQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages