ଖେଳୁ ଖେଳୁ ଜଳିଗଲେ ୨ ଭଉଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 22, 2019

ଖେଳୁ ଖେଳୁ ଜଳିଗଲେ ୨ ଭଉଣୀ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ମକା କିଆରିରେ ଥିବା କୁଡିଆରେ ଖେଳୁଥିବା ବେଳେ ହଠାତ୍‌ ନିଆଁ ଲାଗିଯିବାରୁ ଜୀବନ୍ତ ଦଗ୍ଧ ହୋଇଗଲେ ୨ ଭଉଣୀ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ଅନ୍ତର୍ଗତ ମଇନାପଦର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଏଲିନା ସାନ୍ତା(୩) ଓ ସୁଜାତା ସାନ୍ତା(୪)। ସୌଭାଗ୍ୟବଶତଃ ଅନ୍ୟ ଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କ ନାଁ ଅର୍ଚ୍ଚିତା ସାନ୍ତା।

ସୂଚନା ଅନୁସାରେ, ମଇନାପଦର ଗାଁର କାମସାହିରେ ଗତକାଲି ଅପରାହ୍ଣରେ ଏହି ଦୁଃଖଦ ଘଟଣା ଘଟିଛି। ମକା କିଆରିରେ ଥିବା ଏକ କୁଡିଆରେ ଗୋଟିଏ ପରିବାରର ୩  ଭଉଣୀ ଖେଳୁଥିବା ବେଳେ କିଛି ଦୂରରେ ସେମାନଙ୍କ ବାପା ମା’ ଜମିରେ କାମ କରୁଥିଲେ। ଏହି ସମୟରେ କୌଣସି କାରଣରୁ ହଠାତ୍‌ କୁଡିଆରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିଯିବା ଦେଖି କୁଡିଆ ଭିତରୁ ଅର୍ଚ୍ଚିତା ଦୌଡ଼ି ପଳାଇ ଆସି ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିବାବେଳେ ଏଲିନା ଓ ସୁଜାତା ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

କୁଡିଆରେ କିଭଳି ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଝରିଗାଁ ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।



from Odisha Reporter https://ift.tt/2QaJhKD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages