ଆସନ୍ତା ୨୯ରୁ ୩୧ଯାଏ ଶୁଳିଆ ମହୋତ୍ସବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 22, 2019

ଆସନ୍ତା ୨୯ରୁ ୩୧ଯାଏ ଶୁଳିଆ ମହୋତ୍ସବ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଆସନ୍ତା ୨୯ତାରିଖରୁ ୩୧ଯାଏ ବଲାଙ୍ଗିରରେ ପ୍ରସିଦ୍ଧ ଶୁଳିଆ ଯାତ୍ରା ମହୋତ୍ସବ ପାଳନ ହେବ। ଏହି ଯାତ୍ରା ଦେଓଗାଁ ବ୍ଳକ କୁଲତାପଡା ପଞ୍ଚାୟତ ଅର୍ନ୍ତଗତ ଖଇରଗୁରା ଏବଂ କୁମୁରିଆରେ ଅନୁଷ୍ଠିତ ହେବ। ଗତକାଲି ଏନେଇ ଏକ ପ୍ରସ୍ତୁତି ବୈଠକ ପରେ ସୂଚନା ମିଳିଛି। ଏହି ବୈଠକରେ ଜିଲ୍ଲା ଆଦିବାସୀ ସଂଘର କର୍ମକର୍ତ୍ତା, ଶୁଲିଆ ଯାତ୍ରା କମିଟି କର୍ମକର୍ତ୍ତା ଓ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ସାମିଲ ହୋଇଥିଲେ।

ସର୍ବ ସମ୍ମତି କ୍ରମେ ଚଳିତବର୍ଷ କିନ୍ତୁ ଗୋଟିଏ ଦିନ ପୂଜାପାଠ ହେବାକୁ ଥିବା ବେଳେ ତିନି ଦିନ ଧରି ଶୁଳିଆ ଯାତ୍ରା ମହୋତ୍ସବ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ।  ତିନି ଦିନ ଧରି ମହୋତ୍ସବ ଆୟୋଜନ ଯୋଗୁ ଏଠାକୁ ଶ୍ରଦ୍ଧାଳୁ ଆସିବେ, ତେଣୁ ଶୁଳିଆ ଅଞ୍ଚଳର ବିକାଶ ହେବ ବୋଲି ଯାତ୍ରା କମିଟି ଆଶା ରଖିଛି।



from Odisha Reporter https://ift.tt/2QcI8Sx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages