ବଣାଇ(ରଞ୍ଜିତ ଚୌଧୁରୀ): ମହୁ ସଂଗ୍ରହ କରିବାକୁ ସାଙ୍ଗଙ୍କ ସହ ଘରୁ ଯାଇଥିଲେ। ହେଲେ ଘରେ ପହଞ୍ଚିଲା ମୃତ୍ୟୁର ଖବର। ମହୁମାଛିଙ୍କ ଆକ୍ରମଣରେ ଚାଲିଗଲା ଜୀବନ। ଏପରି ଅବିଶ୍ୱନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ବଡପାଟଳୀ ଗ୍ରାମରେ। ମୃତକ ହେଲେ ପୂର୍ଣ୍ଣଚନ୍ଦ୍ର ନାୟକ।
ପୂର୍ଣ୍ଣଚନ୍ଦ୍ର ଗତକାଲି ନିଜର ୪ ସାଙ୍ଗଙ୍କ ସହ ପାଖ ଜଙ୍ଗଲକୁ ମହୁ ସଂଗ୍ରହ କରିବାକୁ ଯାଇଥିଲେ। ଏକ ଗଛକୁ ଚଢ଼ି ସେ ମହୁ ଆଣୁଥିବା ବେଳେ ହଠାତ୍ ମହୁମାଛି ତାଙ୍କୁ ଆକ୍ରମଣ କରିଥିଲେ। ଏହା ଦେଖି ତାଙ୍କ ସାଙ୍ଗମାନେ ଦୂରକୁ ପଳାଇଥିଲେ। ଇତି ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ଗଛରୁ ତଳକୁ ପଡ଼ି ଯାଇଥିଲେ। କିଛି ସମୟ ପରେ ତାଙ୍କ ସାଙ୍ଗମାନେ ପହଞ୍ଚି ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଲେ ।
ପରିବାର ଲୋକ ପୁଲିସ୍କୁ ଖବର ଦେବା ପରେ କୋଇଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି। ମହୁମାଛି ଆକ୍ରମଣରୁ କିମ୍ବା ଅନ୍ୟ କୌଣସି କାରଣରୁ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଛି, ପୁଲିସ୍ ତାହାର ତଦନ୍ତ କରୁଛି।
from Odisha Reporter https://ift.tt/2Y8Q4rv
No comments:
Post a Comment