ମୁମ୍ବାଇ: ସାରା ଅଲୀ ଖାନ୍ ଏବେ ବରୁଣ ଧାବନଙ୍କ ସହିତ ‘କୁଲି ନଂ-୧’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମଟି ଆସନ୍ତା ବର୍ଷ ମେ’ ମାସରେ ରିଲିଜ୍ ହେବ। ତେବେ ଶୁଣିବାକୁ ମିଳିଛି ଯେ ୟା ଭିତରେ ସାରାଙ୍କୁ ଆଉ ଏକ ଫିଲ୍ମର ଅଫର୍ ମିଳିସାରିଛି ଓ ତାହା ପୁଣି ବଲିଉଡ୍ର ଭାଇଜାନ୍ ସଲ୍ମାନ୍ଙ୍କ ସହିତ।
ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାଏଙ୍କ ଫିଲ୍ମରେ ତାଙ୍କୁ ସଲମାନଙ୍କ ସହ କାମ କରିବାର ସୁଯୋଗ ମିଳୁଥିବା ନେଇ ସୂଚନା ମିଳିଛି। ତେବେ ଫିଲ୍ମର ନାଁ କ’ଣ ରହିବ, ସେ ବିଷୟରେ କିଛି ଜଣାପଡ଼ିନି।
ସୂଚନା ଅନୁଯାୟୀ, ସଲମାନଙ୍କୁ ନେଇ ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାଏ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଏଥିପାଇଁ ସେ ହିରୋଇନ୍ ଚୟନ କରିବା କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସଲମାନଙ୍କ ହିରୋଇନ୍ କିଏ ହେବେ, ସେ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଗତ ଶୁକ୍ରବାର ଆନନ୍ଦଙ୍କୁ ଦେଖା କରିବା ପାଇଁ ଯାଇଥିଲେ ସାରା। ସେ କେଉଁ କାରଣ ପାଇଁ ତାଙ୍କୁ ଭେଟ କରିବାକୁ ଯାଇଥିଲେ, ତାହା ଜଣାପଡ଼ି ନାହିଁ। କିନ୍ତୁ ସେହିଦିନଠାରୁ ଆନନ୍ଦଙ୍କ ନୂଆ ପ୍ରୋଜେକ୍ଟରେ ସାରା ଅଭିନୟ କରିବେ ବୋଲି ବି’ଟାଉନ୍ରେ ଚର୍ଚ୍ଚା ଜୋର ଧରିଛି। ଆନନ୍ଦ ଏହି ଫିଲ୍ମ ସମ୍ପର୍କରେ ଆଲୋଚନା କରିବା ପାଇଁ ସାରାଙ୍କୁ ଡାକିଥିଲେ ବୋଲି ଅନୁମାନ କରାଯାଉଛି। ତେବେ ଆନନ୍ଦ ଓ ସାରା ଏଯାଏ ଏସମ୍ପର୍କରେ ମୁହଁ ଖୋଲି ନାହାନ୍ତି।
ସୂଚନାଯୋଗ୍ୟ, ୨୦୧୮ରେ ‘କେଦାରନାଥ’ ଫିଲ୍ମରେ ସାରା ବଲିଉଡ୍ ଡେବ୍ୟୁ କରିଥିଲେ। ଏଥିରେ ସେ ସୁଶାନ୍ତ ସିଂହ ରାଜପୁତଙ୍କ ସହିତ ସ୍କ୍ରିନ୍ ଶେଆର୍ କରିଥିଲେ। ସେହି ବର୍ଷ ତାଙ୍କର ଆଉ ଏକ ଫିଲ୍ମ ‘ସିମ୍ୱା’ ବି ରିଲିଜ୍ ହୋଇଥିଲା। ଏଥିରେ ରଣବୀର ସିଂହ ଥିଲେ।
from Odisha Reporter https://ift.tt/2R9vOol
No comments:
Post a Comment