ମୁମ୍ବାଇ: ଗତ ଶୁକ୍ରବାର ରିଲିଜ୍ ହୋଇଛି ବଲିଉଡ୍ ଫିଲ୍ମ ‘ଗୁଡ୍ ନ୍ୟୁଜ୍’। ଅକ୍ଷୟ କୁମାର, କରୀନା କପୁର, କିୟାରା ଆଡ଼ଭାନୀ ଓ ଦିଲ୍ଜୀତ୍ ଦୋସାଞ୍ଝଙ୍କ ଅଭିନୀତ ଏହି ଫିଲ୍ମ ରିଲିଜ୍ ହେଉ ହେଉ ଯଦିଓ ଏକ ବ୍ୟାଡ୍ ନ୍ୟୁଜ୍ ପାଇଥିଲା ତଥାପି ଏବେ ପ୍ରତିଦିନ ଗୁଡ୍ ନ୍ୟୁଜ୍ ଅର୍ଥାତ୍ ଭଲ ଖବର ପାଉଛି।
ଶୁକ୍ରବାର ରିଲିଜ୍ ଦିନରେ ଏହା ଭଲ ଆୟ କରିଥିଲା। ୧୭.୫୦ କୋଟି ଟଙ୍କାରେ ବମ୍ପର ଓପନିଂ କରିଥିବା ‘ଗୁଡ୍ ନ୍ୟୁଜ୍’ ଏଯାବତ୍ ପ୍ରତ୍ୟେକ ଦିନ ଭଲ ଆୟ କରୁଛି। ଶନିବାର ଦିନ ଫିଲ୍ମଟି ୨୧ରୁ ୨୨ କୋଟି ଟଙ୍କା ଆୟ କରିଥିଲା। ତେବେ ଶୁକ୍ରବାର ଓ ଶନିବାର ଅପେକ୍ଷା ଗତକାଲି ରବିବାରରେ ଏହା ଆହୁରି ଅଧିକ ଆୟ କରିଛି। ସୂଚନା ଅନୁଯାୟୀ, ଗତକାଲି ଫିଲ୍ମଟି ୨୫ ରୁ ୨୬ କୋଟି ଟଙ୍କା ଆୟ କରିଛି। ଆଉ ଏହା ସହିତ ତିନି ଦିନରେ ଏହାର ମୋଟ ଆୟ ପାଖାପାଖି ୬୫ କୋଟିରେ ପହଞ୍ଚି ଯାଇଛି। ଆଗକୁ ନୂଆ ବର୍ଷ ଥିବାରୁ ଫିଲ୍ମଟି ଆହୁରି ଭଲ ଆୟ କରିବ ବୋଲି ନିର୍ମାତା ଆଶା ରଖିଛନ୍ତି। ଏହି ଧାରା ବଜାୟ ରହିଲେ ଆଉ ଦୁଇ ଦିନରେ ଏହା ଶହେ କୋଟି କ୍ଲବ୍ରେ ସାମିଲ ହୋଇଯିବ ବୋଲି ଆଶା କରାଯାଉଛି।
‘ଗୁଡ୍ ନ୍ୟୁଜ୍’ରେ ଦେଖିବାକୁ ମିଳିଛି ଯେ ‘ବତ୍ରା’ ଉପନାମ ଥିବା ଦୁଇ ଦମ୍ପତିଙ୍କର ପିଲାଛୁଆ ହେଉ ନଥିବାରୁ ସେମାନେ ଏକ ଘରୋଇ କ୍ଲିନିକ୍କୁ ଆଇଭିଏଫ୍ (ଇନ୍-ଭିଟ୍ରୋ-ଫର୍ଟିଲାଇଜେସନ୍)ର ସାହାଯ୍ୟ ନେବାକୁ ଯାଇଛନ୍ତି। ହେଲେ ସମାନ ଉପନାମ ଥିବା ଯୋଗୁ ଭୁଲ୍ବଶତଃ ଶୁକ୍ରାଣୁ ଅଦଳବଦଳ ହୋଇଯାଇଛି। ଆଉ ଏହା ପରେ ଆରମ୍ଭ ହେଇଯାଉଛି କନ୍ଫ୍ୟୁଜନ୍। ଆଉ ଏହାକୁ ନେଇ ଏକ ଏନ୍ଜିଓ ଆପତ୍ତି ଉଠାଇଛି ଏବଂ କର୍ଣ୍ଣାଟକା ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛି।
ଏହି ଏନ୍ଜିଓ ପକ୍ଷରୁ କରାଯାଇଥିବା ଆବେଦନରେ କୁହାଯାଇଛି ଯେ ଫିଲ୍ମର ବିଷୟବସ୍ତୁ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଏହା ଦେଖିବା ପରେ ଦର୍ଶକଙ୍କ ମନରେ ଧାରଣା ଉତ୍ପନ୍ନ ହେବ ଯେ ଆଇଭିଏଫ୍ କେନ୍ଦ୍ର ଗୁଡ଼ିକରେ ପ୍ରାୟ ସମୟରେ ଏଭଳି ଭୁଲ୍ ହେଉଥିବ। ଆଉ ସେମାନଙ୍କର ଏଭଳି ଧାରଣା ଆଇଭିଏଫ୍ କେନ୍ଦ୍ରଗୁଡ଼ିକର ବ୍ୟବସାୟରେ ବାଧା ଉପୁଜାଇବ।
from Odisha Reporter https://ift.tt/354i6qh
No comments:
Post a Comment