ଶ୍ରୀଜିଉଙ୍କୁ ଦର୍ଶନ କଲେ ଗଜପତି ପରିବାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 29, 2019

ଶ୍ରୀଜିଉଙ୍କୁ ଦର୍ଶନ କଲେ ଗଜପତି ପରିବାର

ପୁରୀ (ଓଡ଼ିଶା ରିପୋର୍ଟର): ଗତକାଲି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ତାଙ୍କ ପରିବାର। ଗଜପତି ମହାରାଜଙ୍କ ସହ ତାଙ୍କ ଝିଅ, ଜ୍ୱାଇଁ, ନାତୁଣୀ, ସମୁଦି ଓ ସମୁଦୁଣୀ ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯାଇଥିଲେ। ପ୍ରଥମେ ସେମାନେ ବଟ ଗଣେଶଙ୍କୁ ଦର୍ଶନ କରିବା ପରେ ଗରୁଡ଼ ସ୍ତମ୍ଭ ଦେଇ ରତ୍ନ ସିଂହାସନ ନିକଟକୁ ଯାଇଥିଲେ। ସେଠି ବଡ଼ଠାକୁର ବଳଭଦ୍ର ଓ ପରେ ଶ୍ରୀଜଗନ୍ନାଥ ଏବଂ ମା ସୁଭଦ୍ରାଙ୍କୁ ଦର୍ଶନ କରିଥିଲେ।

ପରମ୍ପରା ଅନୁସାରେ, ଛେରା ପହଁରା ସହ ଆଦି ସେବକ ଭାବେ ଗଜପତି ଯେଉଁ ସବୁ ନୀତି କରିଥାନ୍ତି ସେସବୁ ପାଇଁ ସେ ସିଂହଦ୍ୱାର ଦେଇ ପ୍ରବେଶ କରନ୍ତି। ହେଲେ ଏହା ବ୍ୟତୀତ ଅନ୍ୟ ସବୁ ସମୟରେ ଦକ୍ଷିଣ ଦ୍ୱାର ଦେଇ ଗଜପତି ମହାରାଜ ପ୍ରବେଶ କରି ପୁଣି ଥରେ ସେହି ଦ୍ୱାର ଦେଇ ଫେରି ଆସିବାର ପରମ୍ପରା ରହିଛି।



from Odisha Reporter https://ift.tt/369bgkB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages