ମାଟ୍ରିକ୍‌ ପାସ୍‌ କରିଥିଲେ ରେଲୱେର ୧୬୫୪ ପଦ ପାଇଁ ଆବେଦନ କରନ୍ତୁ, କାଲି ଶେଷ ତାରିଖ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 29, 2019

ମାଟ୍ରିକ୍‌ ପାସ୍‌ କରିଥିଲେ ରେଲୱେର ୧୬୫୪ ପଦ ପାଇଁ ଆବେଦନ କରନ୍ତୁ, କାଲି ଶେଷ ତାରିଖ

ନୂଆଦିଲ୍ଲୀ : ଦକ୍ଷିଣ ରେଳବାଇ ପକ୍ଷରୁ ଫିଟର, ୱେଲଡର୍‌, ଟର୍ନର୍‌, କାର୍‌ପେଣ୍ଟର ଓ ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତାକାଲି ହେଉଛି ଏହାର ଶେଷ ତାରିଖ। ଆବେଦନକାରୀ ଏହି ପଦବୀ ପାଇଁ ୩୧ ଡିସେମ୍ୱର ପର୍ଯ୍ୟନ୍ତ ଅନଲାଇନ୍‌ରେ ଆବେଦନ କରିପାରିବେ। ଏହିସବୁ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍‌ ଓ ଆଇଟିଆଇ ରଖାଯାଇଛି।

ପଦବୀ ଓ ଏହାର ସଂଖ୍ୟା

ଫିଟର୍‌, ୱେଲଡର୍‌, ଟର୍ନର୍‌, କାର୍‌ପେଣ୍ଟର୍‌, ପ୍ଲମ୍ୱର୍‌, ପେଣ୍ଟର୍‌, ମେକାନିକ୍‌ ଓ ଅନ୍ୟାନ୍ୟ

ମୋଟ ପଦବୀ ସଂଖ୍ୟା- ୧୬୫୪

ଶିକ୍ଷାଗତ ଯୋଗ୍ୟତା ଓ ବୟସସୀମା

ଦଶମ ଓ ଆଇଟିଆଇ ପାସ୍‌ କରିଥିଲେ ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ। ଏଥିପାଇଁ କୌଣସି ଲିଖିତ କିମ୍ୱା ମୌଖିକ ପରୀକ୍ଷା କରାଯିବ ନାହିଁ। କେବଳ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଚୟନ କରାଯିବ।

ସର୍ବନିମ୍ନ ବୟସ ୧୫ ବର୍ଷ

ସର୍ବାଧିକ ବୟସ ୨୪ ବର୍ଷ

ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଦିବ୍ୟାଙ୍ଗ ପାଇଁ ଏହି ବୟସସୀମାକୁ କୋହଳ କରାଯାଇଛି।

ଆବେଦନ ଶୁଳ୍କ- ୧୦୦ ଟଙ୍କା।

ଅଧିକ ସୂଚନା ପାଇଁ indianrailways.gov.in ୱେବସାଇଟ୍‌କୁ ଚେକ୍‌ କରନ୍ତୁ।



from Odisha Reporter https://ift.tt/37fpjFg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages