ବାଇକ୍‌କୁ କଚାଡ଼ି ଭାଙ୍ଗି ଦେଲା ହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 11, 2019

ବାଇକ୍‌କୁ କଚାଡ଼ି ଭାଙ୍ଗି ଦେଲା ହାତୀ

କରଞ୍ଜିଆ (ସତ୍ୟବ୍ରତ ବେହେରା): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ କୁଜିଆମ ଗାଁରେ  ହାତୀ ଉପଦ୍ରବରେ ଲୋକେ ଅତିଷ୍ଠ ହୋଇ ପଡ଼ିଛନ୍ତି। ହାତୀପଲ ଲଗାତାର ଭାବେ ଏହି ଅଞ୍ଚଳ ଛାଡ଼ି ଯାଉ ନ ଥିବା ବେଳେ ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି।   ସ୍ଥାନୀୟ ଅଞ୍ଚଳରେ ଏକ ହାତୀ ପଲ ଉତ୍ପାତ ମଚାଇଥିବା ବେଳେ ଉକ୍ତ ପଲରେ ୨୨ଟି ହାତୀ ଥିବା ଜଣାଯାଇଛି।  ଗତକାଲି ହାତୀ ଭୟରେ ଜଣେ ବ୍ୟକ୍ତି ନିଜ ବାଇକ୍‌କୁ ରାସ୍ତାରେ ଛାଡ଼ି ଦୌଡ଼ି ପଳାଇଥିବା ବେଳେ ହାତୀ ତାଙ୍କ ବାଇକ୍‌କୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, କୁଜିଆମ ଗ୍ରାମର ବ୍ୟକ୍ତି ଜଣକ କିଛି ଦିନ ପୂର୍ବେ ଏକ ବାଇକ୍‌ କିଣିଥିଲେ। ଗତକାଲି ସନ୍ଧ୍ୟାରେ ନିକଟସ୍ଥ ବିଲରୁ ନିଜ ଗାଁକୁ ଫେରୁଥିବା ବେଳେ ସେ ହାତୀପଲ ହାବୁଡରେ ପଡି ଯାଇଥିଲେ । ଏହାଦେଖି ଭୟଭୀତ ହୋଇ ପଡ଼ିଥିବା ବ୍ୟକ୍ତିଜଣକ ବାଇକ୍ ଛାଡି ଦୌଡି ପଳାଇଥିଲେ। ଏହାପରେ ଏକ ଦନ୍ତା ହାତୀ ଆସି ବାଇକ୍‌କୁ କଚାଡ଼ି କଚାଡ଼ି ଭାଙ୍ଗି ଦେଇଥିଲା। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।

ଗତକାଲି ସନ୍ଧ୍ୟାରେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀପଲଙ୍କୁ ଘଉଡ଼ାଇଥିଲେ। ଫଳରେ କାଲି ବିଳମ୍ବିତ ରାତିରେ ଝାଡ଼ଖଣ୍ଡର ପଣ୍ଡୁଆବୁରୁ ଜଙ୍ଗଲକୁ ପଳାଇଥିବା ହାତୀପଲ ଆଜି ସକାଳୁ ପୁଣି କୁଜିଆମ ଜଙ୍ଗଲକୁ ପଳାଇ ଆସିଛନ୍ତି। ଏହାଦେଖି ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।


 



from Odisha Reporter https://ift.tt/2RKwXmK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages