୭ ମାସ ସରକାରରେ ତିନି ତଲାକ, ଧାରା ୩୭୦ ଏବଂ ସଂଶୋଧିତ ନାଗରିକ ବିଧେୟକ ବିଲ୍ ଗୃହୀତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 11, 2019

୭ ମାସ ସରକାରରେ ତିନି ତଲାକ, ଧାରା ୩୭୦ ଏବଂ ସଂଶୋଧିତ ନାଗରିକ ବିଧେୟକ ବିଲ୍ ଗୃହୀତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ସରକାରକୁ ୭ ମାସ ପୂରଣ ହୋଇଛି। ଏହି ୭ ମାସ ମଧ୍ୟରେ ବିଜେପି ସରକାର ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ୩ଟି ବଡ଼ ପ୍ରତିଶ୍ରୁତି ତିନି ତଲାକ, ଧାରା ୩୭୦ ଏବଂ ସଂଶୋଧିତ ନାଗରିକ ବିଧେୟକକୁ ସଂସଦରେ ଗୃହୀତ କରିବାରେ ସକ୍ଷମ ହୋଇଛି। ଏହି ତିନୋଟି ବିଲରୁ ଦୁଇଟି ବିଲକୁ ମୋଦି ତାଙ୍କ ପ୍ରଥମ ସରକାରରେ ସଂସଦରେ ଗୃହୀତ କରିପାରିନଥିଲେ। ହେଲେ ଦ୍ୱିତୀୟ ପାଳି ସରକାରରେ ମନ୍ତ୍ରିମଣ୍ଡଳରେ ଅମିତ ଶାହ ସାମିଲ୍ ହେବା ପରେ ଗୋଟିଏ ପରେ ଗୋଟିଏ ବିଲ୍ ଗୃହୀତ କରି ଚାଲିଛନ୍ତି ମୋଦି ସରକାର। ରାଜ୍ୟସଭାରେ ଶାସକ ଦଳର ସଂଖ୍ୟା ନଥିବାରୁ ବିରୋଧୀ ନାଲି ଆଖି ଦେଖାଉଥିଲେ ମଧ୍ୟ ଅମିତ ଶାହଙ୍କ ରଣନୀତି ଆଗରେ ସବୁ ଫିକା ପଡ଼ିଛି। ଆଉ ସରକାର ବିନା ଦ୍ୱିଧାରେ ବିଲ୍ ଗୁଡ଼ିକୁ ଗୃହୀତ କରିବାରେ ସକ୍ଷମ ହୋଇଛନ୍ତି। ସବୁଠୁ ବଡ଼ କଥା ହେଲା ଏହି ତିନିଟି ଯାକ ବିଲ୍ ବିଜେପିର ବିଚାରଧାରା ଗୁରୁ ଆରଏସଏସର ମଧ୍ୟ ପ୍ରମୁଖ ଦାବି ଥିଲା।

ଏବେ ଆକଳନ କରାଯାଉଛି ମୋଦି ସରକାର ଆଗାମୀ ଦିନରେ ସମାନ ନାଗରିକ ସଂହିତା ଏବଂ ଜନସଂଖ୍ୟା ନିୟନ୍ତ୍ରଣ ବାବଦରେ ବିଧେୟକ ଆଣିବା ପାଇଁ ଯାଉଛନ୍ତି। ସରକାର ଏଥିପାଇଁ ସମସ୍ତ ଦିଗ ଉପରେ ଆଲୋଚନା କରି କାମ ଆରମ୍ଭ କରି ଦେଇଥିବା ଜଣାପଡ଼ିଛି।

ବୁଧବାର ରାଜ୍ୟସଭାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସଂଶୋଧିତ ନାଗରିକ ବିଧେୟକକୁ ଉପସ୍ଥାପନ କରିବା ବେଳେ ବିଜେପିର ନିର୍ବାଚନୀ ଘୋଷଣା ପତ୍ର ବାବଦରେ ସଦନକୁ ଅବଗତ କରାଇଥିଲେ। ସେ କହିଥିଲେ ମୋଦି ସରକାର ଭୋଟ ବ୍ୟାଙ୍କକୁ ନେଇ ରାଜନୀତି କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି। ହେଲେ କହି ରଖୁଛୁ ନିର୍ବାଚନ ବେଳେ ବିଜେପି ଯେଉଁ ଘୋଷଣାପତ୍ର ଜାରି କରିଥିଲା ତାହା ସରକାରର ନୀତି ଥିଲା। ଯାହାକୁ ଲୋକମାନେ ବିଶ୍ୱାସ କରି ଭୋଟ୍ ଦେଇ ବିଜୟୀ କରାଇଛନ୍ତି। ଏବେ ବିଜେପି ସରକାର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରୁଛି।

ନିର୍ବାଚନ ପୂର୍ବରୁ ସଂଶୋଧିତ ନାଗରିକ ବିଧେୟକକୁ ଦେଶବାସୀଙ୍କ ଆଗରେ ବିଜେପି ରଖିଥିଲା। ଯାହାକୁ ଦେଶବାସୀ ସମର୍ଥନ କରିଛନ୍ତି। ଗଣତନ୍ତ୍ରରେ ଜନାଦେଶଠୁ ବଡ଼ କିଛି ନାହିଁ ବୋଲି ଶାହ କହିଥିଲେ। ଜବାବରେ କଂଗ୍ରେସ ସାଂସଦ ଆନନ୍ଦ ଶର୍ମା କହିଥିଲେ, ଘୋଷଣାପତ୍ର କେବେ ସମ୍ୱିଧାନକୁ ବଦଳାଇ ପାରିବ ନାହିଁ। ଆମେ ସମସ୍ତେ ସମ୍ୱିଧାନର ଶପଥ ନେଇଛୁ। ଆମ ପାଇଁ ସମ୍ୱିଧାନ ଆଗ।

ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ବିଧେୟକ ପାସ୍ ହେବା ପରେ ଏବେ ବିଜେପି ଏବଂ ସଂଘ ପରିବାରର ନଜର ସମାନତା ଅଧିକାର ଆଇନ ଉପରେ ରହିଛି ବୋଲି ଜଣାପଡ଼ିଛି। ବିଜେପି ନିର୍ବାଚନୀ ଘୋଷଣା ପତ୍ରରେ ସମାନ ନାଗରିକତା ଆଇନ ଆଣିବ ବୋଲି କହି ସାରିଛି। ଏଥିପାଇଁ ଦଳ ଦୃଢ଼ ପ୍ରତିବଦ୍ଧ। ବିଜେପି ଏହି ସମାନତା ଅଧିକାରକୁ ନେଇ ପୂର୍ବରୁ କହି ସାରଛି, ଯେତେ ପର୍ଯ୍ୟନ୍ତ ସମାନତା ନାଗରିକ ବିଧେୟକ ଆସିବ ନାହଁ ସେଯାଏ ସମସ୍ତ ଲୋକଙ୍କୁ ସମାନତା ଅଧିକାର ମିଳିବ ନାହିଁ। ତେଣୁ ଏହି ବିଧେୟକ ବିଜେପି ସରକାର ଆଣିବ।

ସେହିପରି ଜନସଂଖ୍ୟା ନିୟନ୍ତ୍ରଣ ଉପରେ ମଧ୍ୟ ବିଜେପି ଏବଂ ସଂଘ ପରିବାର ଜୋର ଦେବାକୁ ଯାଉଛି। ଦେଶରେ ବଢ଼ୁଥିବା ଜନସଂଖ୍ୟା ଆଗାମୀ ଦିନ ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି ବିଶ୍ୱ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଓ ଅନେତ ବୁଦ୍ଧିଜୀବୀ ମତ ପ୍ରକାଶ କରି ସାରିଛନ୍ତି। ସଂଘ ପରିବାରର ଜଣେ ନେତା କହିଛନ୍ତି, ଜନସଂଖ୍ୟା ନିୟନ୍ତ୍ରଣ ହେବା ଜରୁରୀ। ଯେଉଁଭଳି ଭାବରେ ଦେଶର ଅନେକ ରାଜ୍ୟର ଜନସଂଖ୍ୟା ବଦଳୁଛି ଏହାକୁ ଦେଖିଲେ ଜନସଂଖ୍ୟା ଉପରେ ନିୟନ୍ତ୍ରଣ କରିବାର ଆବଶ୍ୟକ ରହିଛି। ବିଜେପି ଏଥିପାଇଁ ସହମତି ପ୍ରକାଶ କରିଛି ବୋଲି ସଂଘ ନେତା କହିଛନ୍ତି। ଏବେ ତିନୋଟି ବଡ଼ ପ୍ରତିଶ୍ରୁତି ମୋଦି ସରକାର ପୂରଣ କରିସାରିଛନ୍ତି। ଆଗାମୀ ଦିନରେ ମୋଦି ସରକାର ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଆଇନ ଆଣିବେ ବୋଲି ତାଙ୍କର ବିଶ୍ୱାସ ରହିଛି ବୋଲି ସେ କହିଛନ୍ତି।



from Odisha Reporter https://ift.tt/2LKHJph

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages