କାମରେ ଆସୁନି ନଳକୂଅ, ଚୁଆ ପାଣି ସାହା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 11, 2019

କାମରେ ଆସୁନି ନଳକୂଅ, ଚୁଆ ପାଣି ସାହା

ଯାଜପୁର (ଗୁଲାମ ଗସ୍): ଗ୍ରାମାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ। ଏବେ ବି ଆମ ରାଜ୍ୟରେ ଏମିତି ଗାଁ ଅଛି ଯେଉଁଠି ଲୋକମାନେ ଟୋପାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଏବଂ ଚୁଆରୁ ଦୂଷିତ ପାଣି ଆଣି ପିଉଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ ସମିଆ ଗ୍ରାମ ପଞ୍ଚାୟତର କୋହ୍ଲା ଗାଁରେ।

ଏହି ଗାଁରେ ୧୦୦ରୁ ଊର୍ଦ୍ଧ୍ୱ ପରିବାର ବାସବାସ କରନ୍ତି। ସେମାନଙ୍କୁ ପିଇବା ପାଣି ଯୋଗାଇବା ପାଇଁ ସରକାରଙ୍କ ତରଫରୁ ତିନୋଟି ନଳକୂଅ ବସାଯାଇଛି।  ହେଲେ ତିନି ମାସ ହେବ ଦୁଇଟି ନଳକୂଅ ଅଚଳ ହୋଇ ପଡ଼ିଥିବା ବେଳେ ଅନ୍ୟ ଏକ ନଳକୂଅରୁ ନାଲି ପାଣି ବାହାରୁଛି। ଫଳରେ ଲୋକେମାନେ ଗାଁଠାରୁ ଦୁଇ କିଲୋମିଟର ଦୂରରେ ଥିବା ଏକ ଚୁଆରୁ ପାଣି ଆଣି ପିଉଛନ୍ତି ଏବଂ ଏହା ଦ୍ୱାରା ବିଭିନ୍ନ ରୋଗରେ ପଡ଼ୁଛନ୍ତି।

ଏହି ଗାଁରେ ଏକ ଅଙ୍ଗନବାଡି କେନ୍ଦ୍ର ରହିଛି। ଏହି ଅଙ୍ଗନବାଡିକୁ ପଢ଼ିବାକୁ ଆସୁଥିବା ପିଲାମାନେ ମଧ୍ୟ ଚୁଆ ପାଣି ପିଉଛନ୍ତି। ଏହି ପାଣି ପିଇବା ଦ୍ୱାରା ସେମାନେ ସବୁବେଳେ ଥଣ୍ଡା, ଜର,ଝାଡ଼ା ଓ ବାନ୍ତି ଭଳି ବିଭିନ୍ନ ରୋଗରେ ଶିକାର ହେଉଛନ୍ତି ବୋଲି ଅଙ୍ଗନବାଡି କର୍ମୀ ରୀନା ମହାନ୍ତ କହିଛନ୍ତି।

ସେ ଆହୁରି କହିଛନ୍ତି, “ନଳକୂପ ଖରାପ ହୋଇଯାଇଛି ବୋଲି ଆମେ ସରପଞ୍ଚ ସମେତ ସରକାରୀ ଅଧିକାରୀଙ୍କୁ ଜଣାଇଛୁ। ହେଲେ ଆମ କଥା କେହି ଶୁଣୁନାହାନ୍ତି। ସରକାର ଶୀଘ୍ର ଏହି ନଳକୂପ ଗୁଡ଼ିକ ମରାମତି କରନ୍ତୁ।”

ସ୍ଥାନୀୟ ବାସିନ୍ଦା ରାଜେଶ କୁମାର ହାଲଦା କହିଛନ୍ତି, “ଆମ ଗାଁରେ ପାଣି ସମସ୍ୟା ଉତ୍କଟ। ନଳକୂପ ଗୁଡ଼ିକ ଖରାପ ହୋଇ ପଡ଼ି ରହିଛି। ସେଗୁଡ଼ିକର ମରାମତି ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଛୁ। ହିଁ କରିଦେବୁ ବୋଲି ସମସ୍ତେ କହୁଛନ୍ତି, ହେଲେ କେହି କରୁ ନାହାନ୍ତି। ଗ୍ରାମବାସୀମାନେ ବାଧ୍ୟ ହୋଇ ଜଙ୍ଗଲରେ ଥିବା ଚୁଆରୁ ଆଣି ବ୍ୟବହାର କରୁଛନ୍ତି।”

ସେହିଭଳି ଗାଁର ସାବିତ୍ରୀ ପ୍ରଧାନ କହିଛନ୍ତି, “ଗାଁରେ ନଳକୂପ ଗୁଡ଼ିକ ଖରାପ ହୋଇଯାଇଛି। ଫଳରେ ଚୁଆରୁ ପାଣି ଆଣି ରୋଷେଇ କରୁଛି ଓ ସେହି ପାଣିକୁ ପିଉଛୁ ମଧ୍ୟ। ଚୁଆରୁ ଯାଇ ପାଣି ଆଣିବାରେ ଭାରି କଷ୍ଟ ହେଉଛି।”

ବଡ଼ଚଣା ବିଡିଓ ଅଜିତ ନାରାୟଣ ପ୍ରସାଦ ଗିରିଙ୍କୁ ଏନେଇ ଅବଗତ କରିବାରୁ ସେ କହିଛନ୍ତି, “ଆମ ପାଖକୁ କୌଣସି ଅଭିଯୋଗ ଆସିନାହିଁ। ଆମ ପାଖକୁ ଅଭିଯୋଗ ଆସିଲେ ୨୪ ଘଣ୍ଟା ମଧ୍ୟରେ ନଳକୂପ ଗୁଡ଼ିକ ମରାମତି କରାଯିବ।”



from Odisha Reporter https://ift.tt/2LJZJjl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages