ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ନିକଟ କୁଆରମୁଣ୍ଡାରେ ଅକ୍ଟୋବର ୧୫ ତାରିଖରେ ହୋଇଥିବା ୧୧ ଲକ୍ଷ ଟଙ୍କାର ଡକାୟତି ଘଟଣାରେ ବୀରମିତ୍ରପୁର ପୁଲିସ୍ ଆଜି ଭୋରରେ ଚାରି ଜଣ ଡକାୟତଙ୍କୁ ଗିରଫ କରିଛି। ସେମାନେ ହେଲେ ବୀରମିତ୍ରପୁରର ପିଣ୍ଟୁ ସାହୁ, ଝୁରମୁର୍ର ସାମୁଏଲ ଏକ୍କା, କୁଅଁରମୁଣ୍ଡର ନୀତୀଶ ମିଶ୍ର ଓ ମହମ୍ମଦ ତାରିକ ସଲିମ୍। ସେମାନଙ୍କଠାରୁ ୨ଟି ପିସ୍ତଲ, ଦୁଇଟି ଗୁଳି, ନଗଦ ୪ ଲକ୍ଷ ଟଙ୍କା ଓ ଡକାୟତିରେ ବ୍ୟବହୃତ ଦୁଇଟି ବାଇକ୍ ଜବତ କରାଯାଇଛି।
ସୂଚନା ଯୋଗ୍ୟ, ଅକ୍ଟୋବର ୧୫ ତାରିଖରେ କୁଆରମୁଣ୍ଡା ବ୍ଲକ୍ କାର୍ଯ୍ୟାଳୟରେ ଭତ୍ତା ବଣ୍ଟନ ପାଇଁ ଏକ ବୋଲେରୋରେ ରାଉରକେଲାର ଏକ ଘରୋଇ ବ୍ୟାଙ୍କରୁ ଟଙ୍କା ନିଆଯାଉଥିଲା। ଏହି ସମୟରେ ଡକାୟତମାନେ ପ୍ରଥମେ ଗାଡ଼ି ଉପରକୁ ଗୁଳି କରିଥିଲେ। ଗାଡ଼ି ଅଟକିବା ପରେ ବନ୍ଧୁକ ମୁନରେ ଟଙ୍କା ନେଇ ପଳାଇଥିଲେ। ଗାଡ଼ିରେ ଥିବା ସୁରକ୍ଷା କର୍ମୀ ଏଥିରେ ଆହତ ହୋଇଥିଲେ। ପୂର୍ବରୁ ପୁଲିସ୍ ଏହି ଡକାୟତି ଘଟଣାରେ ସହଯୋଗ କରିବା ଅଭିଯୋଗରେ ଜଣେ ହୋମଗାର୍ଡ ଏବଂ କୁଆଁରମୁଣ୍ଡା ପଂଚାୟତ ସମିତିର ଜଣେ ଯୋଗାଣ ସହାୟକଙ୍କୁ ଗିରଫ କରିଥିଲା। ତେବେ ଏହି ଡକାୟତିରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣଙ୍କୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
from Odisha Reporter https://ift.tt/3576Bz0
No comments:
Post a Comment