ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆ ବର୍ଷରେ ନୂଆ ସଙ୍କଳ୍ପ ସହ ନିଜ ଭୋଟରଙ୍କ ସମ୍ମୁଖକୁ ଆସିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଯେଉଁମାନେ ତାଙ୍କୁ ଭଲ ପାଇବା ଦେଇଛନ୍ତି, ଆସ୍ଥା ପ୍ରକଟ କରି ତାଙ୍କୁ ଜିତାଇଛନ୍ତି, ତାଙ୍କ ସହ ଛିଡ଼ା ହୋଇଛନ୍ତି, ସେହି ନିର୍ବାଚନ ମଣ୍ଡଳବାସୀଙ୍କ ପ୍ରତି ମଧ୍ୟ ତାଙ୍କର ମଧ୍ୟ କିଛି କର୍ତ୍ତବ୍ୟ ରହିଥିବା କହିଛନ୍ତି ଅପରାଜିତା।
ଏହାକୁ ଆଖି ଆଗରେ ରଖି ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ବର୍ଷକର ରିପୋର୍ଟ କାର୍ଡ ଦେବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହାଦ୍ୱାରା ସେ ସେମାନଙ୍କୁ ନିଜ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇପାରିବେ ବୋଲି ମତ ରଖିଛନ୍ତି । ନିର୍ବାଚିତ ହେବାର ବର୍ଷେ ମଧ୍ୟରେ ନିଜ ନିର୍ବାଚନ ମଣ୍ଡଳୀବାସୀଙ୍କ ନିମନ୍ତେ କ’ଣ ସବୁ କରିଛନ୍ତି, ସେନେଇ ସାଂସଦ ବିସ୍ତୃତ ତଥ୍ୟ ଦେବେ । ଆଜି ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଅପରାଜିତା ଷଡ଼ଙ୍ଗୀ ।
ଗତବର୍ଷ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରେ ଅପରାଜିତା କରିଥିବା କାର୍ଯ୍ୟ ଓ ପ୍ରକଳ୍ପ ଏଥିରେ ସାମିଲ ହୋଇପାରେ ବୋଲି ଆଲୋଚନା ହେଉଛି। ଗତ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ଟିକେଟ୍ରେ ଜିତିଥିଲେ ଅପରାଜିତ ଷଡ଼ଙ୍ଗୀ ।
from Odisha Reporter https://ift.tt/2sKKvUW
No comments:
Post a Comment