କାଲି ବର୍ଷିଥିଲା, ଆଜି ବି ବର୍ଷିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 2, 2020

କାଲି ବର୍ଷିଥିଲା, ଆଜି ବି ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ-ପଶ୍ଚିମ ରାଜସ୍ଥାନରୁ ଝାଡ଼ଖଣ୍ଡ ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ଟ୍ରପ୍‌ ଲାଇନ୍  ପ୍ରଭାବରେ ସୋନପୁରରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେଠାରେ ୩୧.୨ ମିଲିମିଟିର ବର୍ଷା ହୋଇଛି। ଝାରସୁଗୁଡ଼ାରେ ୧୮.୯ ଓ ବଲାଙ୍ଗିର ୧୫.୬ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ସୁଧାକର ମଲ୍ଲିକ କହିଛନ୍ତି।

ସେ କହିଛନ୍ତି,“ ଆଜି ସମଗ୍ର ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ସହ ଘଡ଼ଘଡ଼ି ନେଇ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ଭଦ୍ରକ, ବାଲେଶ୍ୱର, ଅନୁଗୋଳ, କଟକ, ଖୋର୍ଦ୍ଧା, ମୟୂରଭଞ୍ଜ, କନ୍ଧମାଳ, ଗଞ୍ଜାମ, ଗଜପତି,ରାୟଗଡ଼ା ଓ କଳାହାଣ୍ଡି। ତେବେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏଭଳି ପାଗ ରହିବ। ଏହାପରେ ଟ୍ରପ୍ ଲାଇନ୍ ହଟିବା ସଙ୍ଗେ ସଙ୍ଗେ ଆକାଶ ମେଘମୁକ୍ତ ହେବା ପରେ ତାପମାତ୍ରାରେ ପରିବର୍ତ୍ତନ ହେବ। ଏହାପରେ ତାପମାତ୍ରା ଆହୁରି କମିବା ନେଇ ସମ୍ଭାବନା ରହିଛି।”

 



from Odisha Reporter https://ift.tt/2QKf1qh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages