‘ଟଙ୍କା ମିଳିଲେ ଆୱାର୍ଡ ଶୋ’କୁ ଯାଏ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 2, 2020

‘ଟଙ୍କା ମିଳିଲେ ଆୱାର୍ଡ ଶୋ’କୁ ଯାଏ’

ମୁମ୍ୱାଇ: ବଲିଉଡ୍‌ର ଜଣାଶୁଣା ନିର୍ମାତା ଓ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ଏହିସବୁ ଫିଲ୍ମ ମଧ୍ୟରେ ରହିଛି ଗୋଲମାଲ୍‌ ସିରିଜ୍‌ ଓ ସିଙ୍ଘମ୍‌ ସିରିଜ୍‌। ତେବେ ବଲିଉଡ୍‌ର ପ୍ରାୟ ସମସ୍ତ ଇଭେଣ୍ଟରେ ସାମିଲ ହେଉଥିବା ରୋହିତ ଏକ ଚାଟ୍‌ ଶୋ’ରେ ଯୋଗ ଦେଇ କହିଛନ୍ତି ଯେ ସବୁ ଆୱାର୍ଡ ଫଙ୍କସନ୍‌ ଫେକ୍‌।

ଅଭିନେତ୍ରୀ ନେହା ଧୁପିଆଙ୍କ ଚାଟ୍ ଶୋ’ରେ ଯୋଗ ଦେଇ ସେ ଏ କଥା କହିଥିଲେ। ସେ କହିଥିଲେ, “ଯେ କୌଣସି ଆୱାର୍ଡ ଶୋ’କୁ ମୁଁ ସେତେବେଳେ ଯାଏ ଯେତେବେଳେ ମୋତେ ହୋଷ୍ଟ୍ କରିବା ପାଇଁ ଟଙ୍କା ମିଳେ ବା ମୋ ଫିଲ୍ମକୁ ଆୱାର୍ଡ ମିଳେ। ନହେଲେ ମୁଁ ଆୱାର୍ଡ ଶୋ’କୁ ଯାଏନି। କାରଣ ଏସବୁ ଫେକ୍‌ ଓ ଟିଭି ଶୋ’ ପରି।’

ତେବେ ଆୱାର୍ଡ ଶୋ’କୁ ନେଇ ଏମିତି ବିବାଦୀୟ ମନ୍ତବ୍ୟ କିଛି ନୂଆ ନୁହେଁ। ପୂର୍ବରୁ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ ମଧ୍ୟ ଆୱାର୍ଡ ଶୋ’କୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ନିକଟରେ ଶାହିଦ୍‌ କପୁର୍‌ ମଧ୍ୟ ଶେଷ ମୁହୂର୍ତ୍ତରେ ଏକ ଆୱାର୍ଡ ଶୋ’ରେ ପରର୍ଫମ୍‌ କରିବା ପାଇଁ ମନା କରି ଦେଇଥିଲେ। କାରଣ ଶାହିଦ୍‌ ଜାଣିବାକୁ ପାଇଥିଲେ ଯେ ‘କବିର୍‌ ସିଂହ’ ପାଇଁ ତାଙ୍କୁ ବେଷ୍ଟ୍‌ ଆକ୍ଟର ଆୱାର୍ଡ ମିଳିବ ନାହିଁ। ଏହି ପୁରସ୍କାର ‘ଗଲି ବୟ୍‌’ ପାଇଁ ରଣବୀର୍‌ ସିଂହକୁ ମିଳିବ।

ସୂଚନାଯୋଗ୍ୟ, ବର୍ତ୍ତମାନ ରୋହିତ ତାଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଶୁଟିଂ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍‌ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମଟି ମାର୍ଚ୍ଚ ୨୭ ତାରିଖରେ ରିଲିଜ୍‌ ହେବ।

 



from Odisha Reporter https://ift.tt/2svThX3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages