ଏସିଡ୍‌ ଆକ୍ରମଣର ଶିକାର ମହିଳାଙ୍କୁ ମିଳିବ ପେନ୍‌ସନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 14, 2020

ଏସିଡ୍‌ ଆକ୍ରମଣର ଶିକାର ମହିଳାଙ୍କୁ ମିଳିବ ପେନ୍‌ସନ୍‌

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ‘ଛପାକ୍‌’କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଫିଲ୍ମଟି ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ଜିବନୀ ଉପରେ ଆଧାରିତ ହୋଇଛି। ଗୋଟେ ପଟେ କାହାଣୀ ଦମ୍‌ଦାର ଥିବାବେଳେ ଫିଲ୍ମ ରିଲିଜ୍‌ ପୂର୍ବରୁ ଦୀପିକାଙ୍କର ଜେଏନ୍‌ୟୁରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଶିକ୍ଷାର୍ଥୀଙ୍କ ପାଖରେ ଉପସ୍ଥିତ ରହିବା ଫିଲ୍ମକୁ ଗୋଟେ ପ୍ରକାର ବିବାଦକୁ ଟାଣି ନେଇଛି। ଶେଷରେ ଗତ ୧୦ ତାରିଖ ଦିନ ଫିଲ୍ମ ରିଲିଜ୍‌ ହେବାପରେ ଫିଲ୍ମରୁ ପ୍ରଭାବିତ ହୋଇ ଉତ୍ତରାଖଣ୍ଡ ସରକାର ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କ ପାଇଁ ପେନସନ୍‌ ସ୍କିମ୍‌ର ଘୋଷଣା କରିଛନ୍ତି।

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରେଖା ଆର୍ଯ୍ୟ ଏହି ଯୋଜନାକୁ ଘୋଷଣା କରିବା ସମୟରେ କହିଛନ୍ତି, ସରକାର ଏକ ପେନ୍‌ସନ୍‌ ସ୍କିମ୍‌ ଆରମ୍ଭ କରୁଛନ୍ତି। ଯେଉଁଥିରେ ସବୁ ମାସରେ ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଝିଅମାନଙ୍କୁ ୫୦୦୦-୬୦୦୦ଟଙ୍କା ଦିଆଯିବ। ଯାହାଦ୍ୱାରା ସେ ତାଙ୍କ ଜୀବନକୁ ସ୍ୱାଭିମାନର ସହ ବଞ୍ଚି ପାରିବେ।

ନିକଟରେ ଏହି ଫିଲ୍ମକୁ ମଧ୍ୟ ପ୍ରଦେଶ ଓ ଛତିଶଗଡ଼ର କଂଗ୍ରେସ ସରକାର ଟିକସ ମୁକ୍ତ କରିଛନ୍ତି। ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ତାଙ୍କ ସରକାରଙ୍କ ଏ ନିଷ୍ପତ୍ତି ସମ୍ପର୍କରେ ଟ୍ୱିଟ୍ କରି ଘୋଷଣା କରିଥିଲେ। ଏହା ସହିତ ସେ ଲେଖିଥିଲେ ଯେ ଏହି ଫିଲ୍ମଟି ସମାଜରେ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ମହିଳାମାନଙ୍କୁ ନେଇ ଏକ ସକାରାତ୍ମକ ବାର୍ତ୍ତା ଦେଇଛି। ସେମାନଙ୍କ ଯନ୍ତ୍ରଣା, ଆତ୍ମବିଶ୍ୱାସ, ସଂଘର୍ଷ, ଆଶା ଓ ବଞ୍ଚିବାର ଅଦମ୍ୟ ଇଚ୍ଛାକୁ ନେଇ ଫିଲ୍ମଟି ତିଆରି ହୋଇଛି। ଆଉ ଏଭଳି ଘଟଣାଗୁଡ଼ିକରେ ସମାଜକୁ କିଭଳି ନିଜ ଚିନ୍ତାଧାରା ବଦଳାଇବାକୁ ହେବ, ସେ ବାର୍ତ୍ତା ବି ଏ ଫିଲ୍ମରେ ରହିଛି।

ସୂଚନାଯୋଗ୍ୟ, ଫିଲ୍ମରେ ଦୀପିକା ପାଦୁକୋନ୍‌ଙ୍କ ସହ ବିକ୍ରାନ୍ତ ମେସି ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି। ମେଘନା ଗୁଲ୍‌ଜାର୍ ଫିଲ୍ମଟିର ନିର୍ଦ୍ଦେଶନା ଦେଇଥିବା ବେଳେ ଏହାରି ମାଧ୍ୟମରେ ପ୍ରଥମ ଥର ପାଇଁ ପ୍ରଯୋଜନା କ୍ଷେତ୍ରରେ ପାଦ ଥାପିଛନ୍ତି ଦୀପିକା।

 

 



from Odisha Reporter https://ift.tt/2QVcfjd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages