ରାଲିରେ ଟେମ୍ପର ହରାଇଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 14, 2020

ରାଲିରେ ଟେମ୍ପର ହରାଇଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଏକ ସାର୍ବଜନୀନ ରାଲିରେ ଟେମ୍ପର ହରାଇ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ୟୁରପ୍ପା। ମଙ୍ଗଳବାର ଲିଙ୍ଗାୟତ ସମୁଦାୟଙ୍କୁ ନେଇ କର୍ଣ୍ଣାଟକର ଡାଭାନଗେରେ ଆୟୋଜିତ ରାଲିରେ ଲିଙ୍ଗାୟତ ସମୁଦାୟର ଧର୍ମ ପ୍ରଚାରକ ବଚ୍ଚନାନନ୍ଦ ସ୍ୱାମୀ ୟେଦ୍ୟୁରପ୍ପାଙ୍କ ଆଗରେ କିଛି ଦାବି ରଖିଥିଲେ। ଯଦି ଦାବି ପୂରଣ ନହେବ ତାହେଲେ ଲିଙ୍ଗାୟତ ସମୁଦାୟର ବିଧାୟକ ଇସ୍ତଫା ଦେବେ ନହେଲେ ସମର୍ଥନ ପ୍ରତ୍ୟାହାର କରିବେ ବୋଲି ବଚ୍ଚନାନନ୍ଦ କହିଥିଲେ। ଏହାପରେ ୟେଦ୍ୟୁରପ୍ପା ସଭାରୁ ଉଠି ବଚ୍ଚଦାନନ୍ଦଙ୍କୁ କିଛି କହିଥିଲେ। ଏହାପରେ ଚାଲିଯିବାକୁ ବସିଥିଲେ। ହେଲେ ସଭାରେ ବସିଥିବା ଅନ୍ୟାନ୍ୟ ବିଜେପି ନେତା ଏବଂ ବଚ୍ଚଦାନନ୍ଦଙ୍କ ଅନୁରୋଧ କ୍ରମେ ସେ ପୁଣିଥରେ ସଭାରେ ଯୋଗ ଦେଇଥିଲେ।

ବଚ୍ଚନାନନ୍ଦ କହିଥିଲେ, ମୁଖ୍ୟମନ୍ତ୍ରୀ ମୁରୁଗେଶ ନିରାନୀଙ୍କୁ ଅଣଦେଖା କରିବା ଠିକ୍ ହେବନି। ଯଦି ମୁରୁଗେଶ ନିରାନୀ ଅଣଦେଖାର ଶିକାର ହୁଅନ୍ତି ତାହେଲେ ଲିଙ୍ଗାୟତ ସମୁଦାୟଙ୍କ ସମର୍ଥନ ପ୍ରତ୍ୟାହାର ହୋଇପାରେ। ଆପଣ ମଧ୍ୟ ମୁଖ୍ୟମନ୍ତ୍ରୀ ପଦବୀ ହରାଇ ପାରନ୍ତି।

ଏହାପରେ ସଭାରେ ବସିଥିବା ବେଳେ ୟେଦ୍ୟୁରପ୍ପା ନିଜ ଆସନରୁ ହଠାତ୍ ଉଠି ପଡ଼ି ବଚ୍ଚନାନ୍ଦଙ୍କ ପାଥ ଛୁଇଁ ମୁଣ୍ଡିଆ ମାରିଥିଲେ। ଏଭଳି କଥା ଶୁଣିବା ପାଇଁ ସେ ଏଠାକୁ ଆସି ନାହାନ୍ତି ବୋଲି ୟେଦ୍ୟୁରପ୍ପା କହିଥିଲେ। ଏମିତିକି ତାଙ୍କ ଦାବି ଅନୁଯାୟୀ ସେ କାମ କରିପାରିବେ ନାହିଁ ବୋଲି କହିଥିଲେ। ଏହାପରେ ୟେଦ୍ୟୁରପ୍ପା ସଭାରୁ ବିଦାୟୀ ନେବାକୁ ଯାଉଛନ୍ତି ବୋଲି କହିଥିଲେ।
ବଚ୍ଚଦାନନ୍ଦ ସ୍ୱାମୀ ୟେଦ୍ୟୁରପ୍ପାଙ୍କୁ କିନ୍ତୁ ସଭା ଛାଡ଼ି ନଯିବାକୁ ଅନୁରୋଧ କରିଥିଲେ। ଏହାପରେ ନିଜ ଆସନକୁ ୟେଦ୍ୟୁରପ୍ପା ଫେରିଥିଲେ। ଲିଙ୍ଗାୟତ ସମୁଦାୟଙ୍କ ଏହି ସଭାରେ କର୍ଣ୍ଣାଟକର ଗୃହ ମନ୍ତ୍ରୀ ବାସଭରାଜ ବୋମ୍ମାଇ ଏବଂ ଅନ୍ୟ ବିଜେପି ନେତା ମଧ୍ୟ ଉପସ୍ଥିତ ଥିଲେ।

୧୭ ଜଣ ଅନ୍ୟ ଦଳର ବିଦ୍ରୋହୀ ବିଧାୟକ ଇସ୍ତଫା ଦେବାରୁ ମୁଁ ମୁଖ୍ୟମନ୍ତ୍ରୀ ହୋଇଛି। ତେଣୁ ସେହି ୧୭ ବିଧାୟକଙ୍କ ଦାବିକୁ ଆଗ ମୋତେ ରଖିବାକୁ ପଡ଼ିବ। ଯଦି ଲିଙ୍ଗାୟତ ସମୁଦାୟ ଏହା ଚାହୁଁନାହିଁ ତାହେଲେ ମୁଁ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେବି ବୋଲି ୟେଦ୍ୟୁରପ୍ପା ରାଲିକୁ ଉଦବୋଧନ ଦେବାବେଳେ କହିଥିଲେ।

ସୂଚନାଯୋଗ୍ୟ, ମୁରୁଗେଶ ନିରାନୀ ହେଉଛନ୍ତି କର୍ଣ୍ଣାଟକ ବିଲଗି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ। ସେ ଲିଙ୍ଗାୟକ ସମୁଦାୟର ଜଣେ ବଡ଼ ନେତା। ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା ମଧ୍ୟ ଲିଙ୍ଗାୟତ ସମୁଦାୟର। ଉଭୟ ବିଜେପି ଦଳରେ ରହିଛନ୍ତି। ମୁରୁଗେଶ ୟେଦ୍ୟୁରପ୍ପାଙ୍କ ବିଦ୍ରୋହୀ ଭାବରେ ଜଣାଶୁଣା।

ଚଳିତ ମାସ ଶେଷ ଆଡ଼କୁ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବାକୁ ଯାଉଛନ୍ତି। ତେଣୁ ମୁରୁଗେଶ ନିରାନୀଙ୍କୁ ମନ୍ତ୍ରୀ କରାଯାଉ ବୋଲି ବଚ୍ଚଦାନନ୍ଦ ଦାବି କରୁଥିବା ବେଳେ ୟେଦ୍ୟୁରପ୍ପା ବିଦ୍ରୋହୀ ୧୬ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ କରିବାକୁ ଚାହୁଁଛନ୍ତି ବୋଲି ଜଣାପଡ଼ିଛି।



from Odisha Reporter https://ift.tt/3a7HqiF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages